ନିର୍ଭୟା ଦୋଷୀଙ୍କୁ କାଲି ହେବ କି ଫାଶୀ ? ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇଲେନି କୋର୍ଟ , ଦୋଷୀଙ୍କ ଆବେଦନକୁ ଖାରଜ କଲେ ପଟିଆଲା ହାଉସ କୋର୍ଟ ।

564

ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲା ହେବେ କି ନିର୍ଭୟା ଦୋଷୀ ? ରଦ୍ଧ ହେଲାନାହିଁ ଡେଥ୍ ୱାରେଣ୍ଟ୍ । ଆସନ୍ତାକାଲି ସକାଳୁ ଫାଶୀ ଖୁଣ୍ଟରେ ଝୁଲା ହେବେ କି ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ସଇତାନ? ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ଖୁବ୍ କସରତ କଲେ ନିର୍ଭୟା ଦୋଷୀ କିନ୍ତୁ ଶେଷରେ ରଦ୍ଧ ହୋଇଛି ଡେଥ୍ ୱାରେଣ୍ଟ୍ ।

ଏହା ପୂର୍ବରୁ ଦୋଷୀ ପବନ କୁମାରକୁ ସୁପ୍ରିମକୋର୍ଟ ପକ୍ଷରୁ ବଡ ଝଟକା ମିଳିଥିଲା । ପ୍ରଥମେ କ୍ୟୁରେଟିଭ୍ ପିଟିସନ୍ ପରେ ରାଜକ୍ଷମା ପାଇଁ ଅପିଲ୍ କରିଥିବା ପବନକୁ ଚାରିଆଡୁ ନିରାଶା ମିଳିଥିଲା । ପ୍ରଥମେ ସୁପ୍ରିମକୋର୍ଟ ପବନର କ୍ୟୁରେଟିଭ୍ ପିଟିସନ୍ ଖାରଜ କରିଥିବା ବେଳେ ଏବେ ପଟିଆଲା ହାଉସ କୋର୍ଟ ଦୋଷୀଙ୍କ ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇଲେ ନାହିଁ ।