ନିର୍ଭୟା ମା’ଙ୍କୁ ମିଳିବ ନ୍ୟାୟ...ମୃତ୍ୟୁ ଖୁଂଟରେ ଝୁଲିବେ ୪ସୈତାନ; ଫାଶୀ ପୂର୍ବରୁ ତିହାର ଜେଲରେ ଡେମୋ ଦେଖାଇଲା ପବନ ଜହ୍ଲାଦ

Advertisment
ନିର୍ଭୟା ମା’ଙ୍କୁ ମିଳିବ ନ୍ୟାୟ...ମୃତ୍ୟୁ ଖୁଂଟରେ ଝୁଲିବେ ୪ସୈତାନ; ଫାଶୀ ପୂର୍ବରୁ ତିହାର ଜେଲରେ ଡେମୋ ଦେଖାଇଲା ପବନ ଜହ୍ଲାଦ

କନକ ବ୍ୟୁରୋ: ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ସାଢ଼େ ୫ଟାରେ ଫାଶୀ ଦିଆଯିବା ପାଇଁ ତିହାର ଜେଲରେ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ବୁଧବାର ସକାଳେ ପବନ ଜହ୍ଲାଦ ତିହାର ଜେଲରେ ପହଞ୍ଚି ଜେଲ ପ୍ରଶାସନ ଓ ଅଧିକାରୀଙ୍କ ଉପସ୍ଥିତିରେ କିପରି ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ ତାହାର ଅଭ୍ୟାସ କରିଛନ୍ତି।

publive-image

ନିର୍ଭୟା ଦୁଷ୍କର୍ମକାରୀ ଅକ୍ଷୟ, ମୁକେଶ, ପବନ ଓ ବିନୟଙ୍କ ଫାଶୀରୁ ମୁକୁଳିବା ପାଇଁ ଆଇନର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିବା କୁହାଯାଉଛି। ରାଷ୍ଟ୍ରପତିଙ୍କ ନିକଟରେ ୪ଜଣ ଦୋଷୀ କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି। ଦିଲ୍ଲୀର ଏକ ଅଦାଲତ ମାର୍ଚ୍ଚ ୨୦ ସକାଳେ ୫.୩୦ରେ ନିର୍ଭୟା ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତିି।

ଚାରି ଦୋଷୀଙ୍କୁ ଫାଶୀ ତାରିଖ ତିନିଥର ଘୁଞ୍ଚି ସାରିଲାଣି। କୁହାଯାଉଛି କି, ମାର୍ଚ୍ଚ ୨୦ରେ ଅକ୍ଷୟ, ମୁକେଶ, ପବନ ଓ ବିନୟଙ୍କୁ ନିଶ୍ଚୟ ଫାଶୀ ଦିଆଯିବ। ତିହାରଜେଲ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଲେଣି। ସେଥିପାଇଁ ଫାଶୀ ପୂର୍ବରୁ ଆଜି ତାହାର ଅଭ୍ୟାସ କରାଯାଉଛି।

publive-image Image Courtesy - aajtak.intoday.in

ତେବେ ଚାରିଜଣ ଦୋଷୀଙ୍କୁ ଫାଶୀ ଦେବାକୁ ଚୟନ ହୋଇଥିବା ପବନ ଜହ୍ଲାଦ ଉତ୍ତର ପ୍ରଦେଶର ମେରଠରେ ରହନ୍ତି। ତାଙ୍କର ଦାଦା କାଲୁ ରାମ କୁଖ୍ୟାତ ଅପରାଧୀ ରାଙ୍ଗା ବିଲ୍ଲାଙ୍କୁ ଫାଶୀ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ବି ସେ ଫାଶୀ ଦେଇଥିଲେ । ପବନ ତାଙ୍କ ଦାଦା କାଲୁ ରାମଙ୍କ ସହିତ ୫ ଥର ଫାଶୀ ଦେବା ସମୟରେ ଉପସ୍ଥିତ ଥିଲେ । ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପବନ ପୂର୍ବରୁ ମଧ୍ୟ ୨ ଥର ତିହାର ଜେଲ ଆସି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe