ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଆବେଦନ ଉପରେ ଆଜି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

Advertisment
ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଆବେଦନ ଉପରେ ଆଜି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

କନକ ବ୍ୟୁରୋ: ନିର୍ଭୟା ଦୋଷୀ ଫାଶୀଦଣ୍ଡ ଘୁଂଚିବାକୁ ନେଇ ଆଜି ହେବ ଶୁଣାଣୀ । ନିର୍ଭୟା ଦୋଷୀଙ୍କ ଫାଶୀଦଣ୍ଡରେ ରୋକ ଲାଗିବାକୁ ଚ୍ୟାଲେଂଜ କରି ତିହାର ଜେଲ କର୍ତ୍ତୃପକ୍ଷ ଏବଂ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଯାହାର ଶୁଣାଣୀ ଆଜି କରାଯିବ । ଦୋଷୀଙ୍କ ଫାଶୀଦଣ୍ଡ ରୋକ ଲାଗିବା ଉପରେ କେନ୍ଦ୍ରସରକାର ଏବଂ ତିହାର ଜେଲ ଅଧିକାରୀ ହାଇକୋର୍ଡରେ ଆବେଦନ କରିଥିଲେ ।

publive-image https://www.theweek.in/

ଗତ ରବିବାର ଏହାକୁ ନେଇ ଶୁଣାଣୀ କରାଯାଇ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ଯାହାର ପରବର୍ତ୍ତୀ ଶୁଣାଣୀ କରାଯିବ । ନିର୍ଭୟା ଗଣଦୁଷ୍କର୍ମର ସମସ୍ତ ୪ ଅଭିଯୁକ୍ତ ବିନୟ ଶର୍ମା, ପବନ ଗୁପ୍ତା, ଅକ୍ଷୟ ଠାକୁର ଏବଂ ମୁକେଶ ସିଂହକୁ ପ୍ରଥମେ ଜାନୁୟାରୀ ୨୨ରେ ଫାଶୀଦଣ୍ଡ ଦିଆଯିବାର ଦିନ ଧାର୍ଯ୍ୟ ହୋଇଥିଲା । ପରେ ସେହି ତାରିଖଟି ଘୁଂଚି ୧ ଫେବୃୟାରୀରେ ରଖାଯାଇଥିଲା । ଯାହା ଉପରେ ରୋକ ଲଗାଇଥିଲେ ପଟିଆଲା ହାଉସ କୋର୍ଟ ।

ନିର୍ଭୟାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ପାଇଁ ଲୋକେ ଉଦ୍‌ବିଗ୍ନ: ଭେଙ୍କୟା

ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ ନିର୍ଭୟା ମାମଲାରେ ତୁରନ୍ତ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରିବାକୁ ଆହ୍ବାନ ଦେଇଛନ୍ତି। ନିର୍ଭୟାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ପାଇଁ ଏବେ ସାରାଦେଶରେ ଉଦ୍‌ବେଗ ପ୍ରକାଶ ପାଇଛି ବୋଲି ନାଇଡ଼ୁ କହିଛନ୍ତି। ଦୋଷୀମାନଙ୍କୁ ସମସ୍ତ ଆଇନଗତ ସୁଯୋଗ ଦିଆଯାଇଛି, କିନ୍ତୁ ସବୁ ସୁଯୋଗ ଶେଷ ହେବାପରେ ମଧ୍ୟ ସେମାନେ ନାନା ବାହାନା ଦେଖାଇ ନ୍ୟାୟ ବ୍ୟବସ୍ଥା ସହ ଖେଳୁଛନ୍ତି। ଏଥିରେ ପୂର୍ଣ୍ଣଛେଦ ପକାଇ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରାଗଲେ ହିଁ ଲୋକେ ଆଶ୍ବସ୍ତ ହେବେ ବୋଲି ସେ କହିଛନ୍ତି। ଆପ୍‌ ସାଂସଦ ସଂଜୟ ସିଂହ ଦ୍ବାରା ରାଜ୍ୟ‌ସଭାରେ ନିର୍ଭୟା କାଣ୍ଡର ଦୋଷୀଙ୍କୁ ଫାଶୀ ଦେବା ପ୍ରସଙ୍ଗ ଉଠାଯିବା ପରେ ରାଜ୍ୟସଭା ଅଧ୍ୟକ୍ଷ ନାଇଡ଼ୁ ଏଭଳି ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe