ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଶୁଣାଣି ଘୁଂଚିଲା । କେନ୍ଦ୍ରର ଆବେଦନ ଉପରେ ମଙ୍ଗଳବାର ହେବ ଶୁଣାଣି

ଡେଥ ୱାରେଂଟ ଉପରେ ରହିତାଦେଶ ଓ ଏକାସଙ୍ଗେ ଫାଶୀ ନେଇ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ

815

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଶୁଣାଣି ଘୁଂଚିଲା । ଆସନ୍ତା ମଙ୍ଗଳବାର ଅର୍ଥାତ ୧୧ତାରିଖ ଦିନ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କେନ୍ଦ୍ର ଓ ତିହାର ଜେଲ କର୍ତୁପକ୍ଷଙ୍କ ଆବେଦନର ଆଜି ଶୁଣାଣି ହେବା ପରେ ପରବର୍ତୀ ଶୁଣାଣି ମଙ୍ଗଳବାର ଦିନ ହେବ ବୋଲି ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁ ଦୋଷୀମାନଙ୍କର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଛି, ସେମାନଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର । ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବନି ବୋଲି ବୁଧବାର କହିଥିଲେ ଦିଲ୍ଲୀ ହାଇକୋର୍ଟ ।

https://www.theweek.in/

ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ଆଜି ଦୋଷୀଙ୍କୁ ଫାଶୀ ଦେବା ପାଇଁ ପୁଣି ଥରେ ଡେଥ୍ ୱାରେଂଟ ଜାରି କରିବାକୁ ପଟିଆଲା ହାଉସ୍ କୋର୍ଟରେ ଆବେଦନ ହୋଇଥିବା ଆବେଦନର ହେବ ଶୁଣାଣି । ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପୂର୍ବରୁ ଦୁଇ ଦୁଇ ଥର ଡେଥ୍ ୱାରେଂଟ ଜାରି ହୋଇଥିଲେ ବି ଦୋଷୀଙ୍କ ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ଏଥିରେ ଶେଷ ମୁହୂର୍ତରେ ରୋକ୍ ଲଗାଇଥିଲେ କୋର୍ଟ । ସେପଟେ ୪ ଦୋଷୀଙ୍କ ମଧ୍ୟରୁ ତିନି ଜଣଙ୍କର ସମସ୍ତ ଆବେଦନ ଖାରଜ ହାଇସାରିଥିବାବେଳେ କେବଳ ପବନ ଗୁପ୍ତାର ନ୍ୟାୟିକ ପ୍ରକ୍ରିୟା ବାକି ରହିଛି । ଦୋଷୀ ଅକ୍ଷୟର ରାଜକ୍ଷମା ଖାରଜ ହେବା ପରେ ଏହାର ପୁନର୍ବିଚାର ପାଇଁ ସେ ପୁଣି ଥରେ ଆବେଦନ କରିଛି । ତେବେ ସମସ୍ତ ନ୍ୟାୟିକ ପ୍ରକ୍ରିୟା ସପ୍ତାହକ ମଧ୍ୟରେ ଶେଷ କରିବାକୁ ବୁଧବାର ଦୋଷୀମାନଙ୍କୁ ମହଲତ ଦେଇଥିଲେ କୋର୍ଟ ।