ଆଉ ବଞ୍ଚିବାକୁ ଚାହୁଁନି ନିର୍ଭୟା ସୈତାନ...ଜେଲ କାନ୍ଥରେ ମୁଣ୍ଡ ପିଟି ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

Advertisment
ଆଉ ବଞ୍ଚିବାକୁ ଚାହୁଁନି ନିର୍ଭୟା ସୈତାନ...ଜେଲ କାନ୍ଥରେ ମୁଣ୍ଡ ପିଟି ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

କନକ ବ୍ୟୁରୋ: ତିହାର ଜେଲରେ ନିର୍ଭୟା ଦୋଷୀର ଆତ୍ମହତ୍ୟା ଉଦ୍ୟମ । ଜେଲ କାନ୍ଥରେ ମୁଣ୍ଡ ପିଟି ଦୋଷୀ ବିନୟ ଶର୍ମା ଆତ୍ମହତ୍ୟା ଉଦ୍ୟମ କରି ଆହତ ହୋଇଛି ଏବଂ ଜେଲ କର୍ତ୍ତୃପକ୍ଷ ବିନୟର ଚିକିତ୍ସା କରାଇଛନ୍ତି । ଏନେଇ ତିହାର ଜେଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଜେଲର ସ୍ପଷ୍ଟିକରଣ ଅନୁଯାୟୀ ଗତ ୧୬ତାରିଖରେ ବିନୟ ଏଭଳି କାଣ୍ଡ ଘଟାଇଥିଲା । ୪ ଦୋଷୀଙ୍କୁ ମାର୍ଚ୍ଚ ୩ରେ ଫାଶୀ ଦେବାକୁ ଡେଥ୍ ୱାରେଂଟ ଜାରି କରିଛନ୍ତି କୋର୍ଟ । ଆଉ ଫାଶୀ ପୂର୍ବରୁ ଏଭଳି ଉଦ୍ୟମ କରିଛି ବିନୟ । ପୂର୍ବରୁ ନିର୍ଭୟା ମାମଲାର ଜଣେ ଦୋଷୀ ଆତ୍ମହତ୍ୟା କରିସାରିଛି । ତେବେ ନିର୍ଭୟା ସୈତାନଙ୍କ ଏଭଳି କାର୍ଯ୍ୟକଳାପକୁ ନଜରରେ ରଖି ଜେଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।

ବହୁଚର୍ଚ୍ଚିତ ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିନୟ ଶର୍ମାର ପିଟିସନ ଖାରଜ କରିଥିଲେ ସୁପ୍ରିମକୋର୍ଟ । ରାଜକ୍ଷମାକୁ ଚ୍ୟାଲେଞ୍ଜ କରି ଦୋଷୀ ବିନୟ ସୁପ୍ରିମକୋର୍ଟରେ ଅପିଲ କରିଥିଲା । ଏହାକୁ ନେଇ ସୁପ୍ରିମକୋର୍ଟ କହିଥିଲେ, ବିନୟର ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ରୂପେ ଠିକ୍ ଅଛି । ମେଡିକାଲ ରିପୋର୍ଟରେ ବିନୟ ସୁସ୍ଥ ଥିବା ପ୍ରକାଶ କରାଯାଇଛି । ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ । ଏଥିରେ ବିନୟ ସର୍ବକ୍ଷମା ଆବେଦନ ପ୍ରକ୍ରିୟା ଉପରେ ପ୍ରଶ୍ନ କରିଥିବା ବେଳେ ନିଜର ମାନସିକ ସ୍ଥିତି ଠିକ ନଥିବା ଦର୍ଶାଇ ଗୁରୁବାର ଦଣ୍ଡକ୍ଷମା ଲାଗି କୋର୍ଟଙ୍କ ଶରଣାପନ୍ନ ହୋଇଥିଲା ।

ତେବେ ରାଷ୍ଟ୍ରପତିଙ୍କ ଦ୍ୱାରା ଦୟା ନିବେଦନ ଅଗ୍ରାହ୍ୟ ହେବା ନେଇ ବିନୟ କରିଥିବା ନିବେଦନର ଶୁଣାଣି କରି କୋର୍ଟ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ବିନୟଙ୍କ ପକ୍ଷରୁ ଓକିଲ ଦଣ୍ଡ ଟାଳିବା ନିମନ୍ତେ ବିନୟର ମାନସିକ ସ୍ଥିତି ସମ୍ପର୍କରେ କୋର୍ଟଙ୍କୁ ସୂଚୀତ କରିଥିଲେ। ଏଥିରେ ଓକିଲ ଏ.ପି.ସିଂହ ଜେଲରେ ଦୋଷୀଙ୍କୁ ଦିଆଯାଇଥିବା ଶାରୀରିକ ଓ ମାନସିକ ନିର୍ୟାତନା ଯୋଗୁଁ ଅତୀତରେ ବିନୟ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏବଂ ଔଷଧ ଖାଇଥିବା କୋର୍ଟଙ୍କୁ ଜଣାଇଥିଲେ। ଏଣୁ ଆଇନର ଧାରା ୨୧ ଅନୁସାରେ ଏହା ଦୋଷୀର ବଞ୍ଚିବାର ଅଧିକାରର ଉଲ୍ଲଂଘନ ବୋଲି କହିଥିଲେ। ଫାଶୀ ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇସାରିଛି । ଆସନ୍ତା ୩ ତାରିଖ ତଥା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଅଭିଯୁକ୍ତ । ଏନେଇ ନୂଆ ଡେଥ୍ ୱାରେଂଟ କରିଛି ପଟିଆଲା ହାଉସ କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe