ନିର୍ଭୟା ଦୋଷୀ ପବନକୁ ଝଟକା : ସୁପ୍ରିମକୋର୍ଟ ଖାରଜ କଲେ କ୍ୟୁରେଟିଭ୍ ପିଟିସନ୍

810

ନିର୍ଭୟା ଦୋଷୀ ପବନ କୁମାରକୁ ସୁପ୍ରିମକୋର୍ଟ ପକ୍ଷରୁ ବଡ ଝଟକା । ସୁପ୍ରିମ କୋର୍ଟ ପବନର କ୍ୟୁରେଟିଭ୍ ପିଟିସନକୁ ଖାରଜ କରିଛନ୍ତି । ଏହି ମାମଲାର ଶୁଣାଣି ଜଷ୍ଟିସ୍ ଏନ.ବି ରମନ୍ନା , ଜଷ୍ଟିସ୍ ଅରୁଣ ମିଶ୍ରା , ଜଷ୍ଟିସ୍ ରୋହିଂଟନ୍ ନରୀମନ୍ , ଜଷ୍ଟିସ୍ ଭାନୁମତୀ ଏବଂ ଜଷ୍ଟିସ୍ ଅଶୋକ ଭୁଷଣ ଚ୍ୟାମ୍ବରରେ ରହିଛି । ଏବେ ସମସ୍ତଙ୍କ ନଜର ପଟିଆଲା ହାଉସ୍ କୋର୍ଟ ଉପରେ ରହିଛି । ଏହାସହ ୪ ଦୋଷୀଙ୍କ ଶାରୀରିକ ଏବଂ ମାନସିକ ସ୍ଥିତି ଜାଣିବା ପାଇଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ନିର୍ଦ୍ଦେଶକୁ ନେଇ ଶନିବାର ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା ।

ନିର୍ଭୟା ମାମଲାରେ ପବନ ଏବେ ଏକମାତ୍ର ଦୋଷୀ ଯାହା ପାଖରେ କିଛି ଆଇନ୍ ବିକଳ୍ପ ଥିଲା । ଯେଉଁଥିରେ ଏବେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଯାଇଛି । ଏବେ କେବଳ ଦୟା ଯାଚିକାର ବିକଳ୍ପ ହିଁ ରହିଛି । ପବନର ଓକିଲ ଏପି ସିଂହ କହିଛନ୍ତି ଏବେ ଆମେ ରାଷ୍ଟ୍ରପତିଙ୍କ ଠାରେ ଦୟା ଯାଚିକା ପାଇଁ ଅପିଲ୍ କରିବୁ ।