ନିର୍ଭୟା ମାମଲା : ଆଜି ୪ ଦୋଷୀଙ୍କ ନୂଆ ଡେଥ୍ ୱାରେଣ୍ଟ୍ ଜାରି କରିବେ କୋର୍ଟ , ଦୋଷୀଙ୍କୁ ଦେବାକୁ ପଡିବ ନୋଟିସ୍ ର ଜବାବ୍

412

ନିର୍ଭୟା ଗଣଦୁଷ୍କର୍ମ ମାମଲାର ସବୁ ଦୋଷୀଙ୍କ ପାଖରେ ଏବେ ଆଉ ବଂଚିବାର କୌଣସି ବାଟ ନାହିଁ । ସବୁ ବିକଳ୍ପକୁ ଖୁବ୍ ଭଲଭାବେ ବ୍ୟବହାର କରିଥିବା ଦୋଷୀ ଏବେ ଫାଶୀଖୁଣ୍ଟରେ ଝୁଲିବେ । ସବୁ ବିକଳ୍ପ ଶେଷ ହେବା ପରେ ତିହାଡ୍ ପ୍ରଶାସନ ନୂଆ ଡେଥ୍ ୱାରେଣ୍ଟ୍ ପାଇଁ ପଟିୟାଲା ହାଉସ୍ କୋର୍ଟ ପହଁଚିଛନ୍ତି । ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ ଗୁରୁବାର ଦ୍ୱିପ୍ରହର ୨ ଟା ସମୟରେ ଫାଶୀ ପାଇଁ ନୂଆ ତାରିଖ ଜାରି କରିବେ ବୋଲି ସୂଚନା ମିଳୁଛି । କୋର୍ଟ ମଧ୍ୟ ଦୋଷୀଙ୍କୁ ନୋଟିସ୍ ଜାରି କରିଦେଇଛି ।

ଆଜି ଦିନ ୨ ଟାରେ ଏହି ମାମଲାର ନୂଆ ଡେଥ୍ ୱାରେଣ୍ଟ୍ ଜାରି ହେବ । ଏହା ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମର ଚତୁର୍ଥ ଦୋଷୀ ପବନ ଗୁପ୍ତାର ଦୟା ଯାଚିକାକୁ ବି ରାଷ୍ଟ୍ରପତି ଖାରଜ କରିଥିଲେ । ସୋମବାର ପଟିୟାଲା ହାଉସ୍ କୋର୍ଟ ସବୁ ଦୋଷୀଙ୍କ ଫାଶୀ ଉପରେ ରୋକ୍ ଲଗାଇ ଦେଇଥିଲେ । ତେବେ ଏହା ପୂର୍ବରୁ ଅଭିଯୁକ୍ତଙ୍କ ଫାଶୀ ଉପରେ ରୋକ ଲଗାଇଥିଲେ ଦିଲ୍ଲୀ ପଟିଆଲ ହାଉସ କୋର୍ଟ । ଯେଉଁଥିପାଇଁ ତୃତୀୟ ଥର ପାଇଁ ଫାଶୀ ତାରିଖକୁ ଟାଳିଦିଆଯାଇଥିଲା ।