ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ଗଲା ନିର୍ଭୟା ସୈତାନଙ୍କ ମୃତଦେହ । ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ମୃତକଙ୍କ ପୋଷ୍ଟମର୍ଟମ ହେବ ଭିଡିଓ ରେକଡିଂ

ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ଗଲା ନିର୍ଭୟା ସୈତାନଙ୍କ ମୃତଦେହ । ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ମୃତକଙ୍କ ପୋଷ୍ଟମର୍ଟମ ହେବ ଭିଡିଓ ରେକଡିଂ

ସକାଳ ସାଢେ ୫ଟାରେ ୪ ଦୋଷୀଙ୍କୁ ଦିଆଗଲା ଫାଶୀ

ଚାରି ଦୋଷୀଙ୍କୁ ମୃତ ଘୋଷଣା କଲେ ମେଡିକାଲ ଅଫିସର

ଦୀନ ଦୟାଲ ଉପାଧ୍ୟାୟ ମେଡିକାଲରେ ହେବ ପୋଷ୍ଟମର୍ଟମ

ଫାଶୀ ପୂର୍ବରୁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଖାରଜ କରିଥିଲେ ଆବେଦନ

୨୦ ମାର୍ଚ୍ଚକୁ ନିର୍ଭୟା ଦିବସ ରୂପେ ପାଳନ କରିବାକୁ ପ୍ରସ୍ତାବ

କନକ ବ୍ୟୁରୋ: ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ନିଜ ଘୃଣ୍ୟ କର୍ମ ପାଇଁ ଦଣ୍ଡ ପାଇଲେ ଦୋଷୀ । ଅପେକ୍ଷାର ଘଟିଲା ଅବସାନ । ନିର୍ଭୟା ଦୋଷୀଙ୍କୁ ମିଳିଲା ଫାଶୀ । ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀଖୁଂଟରେ ଝୁଲାଯାଇଛିି । ସକାଳ ସାଢେ ୫ଟାରେ ୪ ଅଭିଯୁକ୍ତ ଫାଶୀରେ ଝୁଲିଛନ୍ତି ।

publive-image

ଉତରପ୍ରଦେଶ ମିରଟରୁ ଆସିଥିବା ଜହ୍ଲାଦ ପବନ ୪ଜଣଙ୍କୁ ଫାଶୀ ଦେଇଛନ୍ତି । ୩୦ ମିନିଟରେ ଲଟକି ରହିବା ପରେ ଫାଶୀ ଖୁଂଟ ପାଖକୁ ଯାଇ ମେଡିକାଲ ଅଫିସର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଶବ ଗୁଡିକୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ପଠାଇ ଦିଆଯାଇଛି । କିଛି ସମୟ ପରେ ଶବଗୁଡିକର ପୋଷ୍ଟମର୍ଟମ କରାଯିବ । ୫ଜଣିଆ ଡାକ୍ତରୀ ଦଳ ଶବବ୍ୟବଚ୍ଛେଦ କରିବେ । ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟାକାଣ୍ଡ ଘଟିଥିବା ବେଳେ ୭ ବର୍ଷ ୩ ମାସ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe