ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶ ସିଂହକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଶକ୍ତ ଝଟକା ମିଳିଛି । ମୁକେଶର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଜକ୍ଷମା ନମିଳିବାରୁ ଏହାକୁ ଚ୍ୟାଲେଞ୍ଜ କରି ମୁକେଶ କରିଥିବା ଆବେଦନ ଉପରେ ଶୁଣାଣି କରି ଗତକାଲି ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ । ରାୟ ଆସିବା ପରେ ସନ୍ତୋଷ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ । /kanak/media/post_attachments/wp-content/uploads/2020/01/images-2-1-300x169.jpg)
ତେବେ ଦୋଷୀ ମାନେ ବାରମ୍ବାର ଆଇନର ଗଳାବାଟ ଦେଇ ଖସି ଯାଉଥିବାରୁ ଏକ ଦୃଢ଼ ଆଇନ ଆଣିବାକୁ ଦାବି କରିଛନ୍ତି ନିର୍ଭୟାଙ୍କ ମା’ । ଜାନୁଆରୀ ୧୭ ରେ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ ରାଷ୍ଟ୍ରପତି । ଅନ୍ୟପଟେ ଫାଶୀରୁ ବଂଚିବା ପାଇଁ ନିର୍ଭୟା ଦୋଷି ଅକ୍ଷୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି । ଅନ୍ୟତମ ଦୋଷୀ ବିନୟ କୁମାର ମଧ୍ୟ ଦୟା ଆବେଦନ କରିଛି । ତେବେ ନିର୍ଭୟା ଦୋଷୀଙ୍କୁ ଫେବ୍ରୁଆରୀ ପହିଲା ସକାଳ ୬ ଟା ବେଳେ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେଣୁ ଯଦି ଏହି ଦୁଇ ଜଣଙ୍କ ଦୟା ଯାଚିକା କୋର୍ଟ ଖାରଜ କରି ଦିଅନ୍ତି ତେବେ ନିର୍ଦ୍ଧାରିତ ଦିନ ଓ ସମୟରେ ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/MUKESH-1.jpg)