ଫାଶୀ ଦଣ୍ଡାଦେଶ ଗଡ଼ାଇବାକୁ ନିର୍ଭୟା ଦୋଷୀଙ୍କ ଆଉ ଏକ ଚାଲ । ରାଜକ୍ଷମା ଆବେଦନ ଖାରଜ ପରେ ସୁପ୍ରିମକୋର୍ଟରେ ପୁଣି ଦୋଷୀ ମୁକେଶ ସିଂର ମାମଲାର ହେବ ଶୁଣାଣୀ । ଫାଶୀ ତାରିଖ ପାଖେଇ ଆସୁଥିବା ବେଳେ ଆବେଦନର ଜରୁରୀ ଶୁଣାଣୀ ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବୋବଡ଼େ । /kanak/media/post_attachments/wp-content/uploads/2020/01/25_01_2020-mukeshsc_19970078_14223215-300x249.jpg)
୧୭ ଜାନୁଆରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଥିଲେ । ପରେ ସୁପ୍ରିକୋର୍ଟର ଦ୍ୱାରସ୍ଥ ହୋଇଥିଲା ଦୋଷୀ ମୁକେଶ । ଶନିବାର ଦିନ ରାଜକ୍ଷମା ଖାରଜର ନ୍ୟାୟିକା ସମୀକ୍ଷା ପାଇଁ ଦୋଷୀ ମୁକେଶ କରିଥିଲା ଆବେଦନ । ଫେବୃୟାରୀ ୧ ତାରିଖ ଫାଶୀ ଦଣ୍ଡାଦେଶର ତାରିଖ ପାଖେଇ ଆସୁଥିବା ବେଳେ ତାରିଖ ଘୁଞ୍ଚାଇବା ପାଇଁ ଦୋଷୀ କରି ଚାଲିଛନ୍ତି ଚାଲ ।
Follow Us