ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଇଛନ୍ତି ଲଣ୍ଡନ କୋର୍ଟ : ପଳାତକ ନୀରବ ମୋଦି ଚାହିଁଲେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କରିପାରିବେ ଚ୍ୟାଲେଂଜ

ପରାଜିତ ହେଲେ ଏପ୍ରିଲ ସୁଦ୍ଧା ଆସିପାରିନ୍ତି ମୁମ୍ବାଇର ଆର୍ଥାରରୋଡ଼ ଜେଲ

63

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ପିଏନବି ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତକୁ ପ୍ରତ୍ୟାର୍ପଣ ନେଇ ସବୁଜ ସଂକେତ ଦେଇଛନ୍ତି ଲଣ୍ଡନର କୋର୍ଟ । କୋର୍ଟଙ୍କ ରାୟ ପରେ କ’ଣ ନୀରବ ମୋଦି ଭାରତକୁ ଆସି ବିଚାର ପ୍ରକ୍ରିୟାର ସାମ୍ନା କରିବେ । ଲଣ୍ଡନର ୱାଣ୍ଡର୍ସୱାର୍ଥ ଜେଲରୁ ନୀରବଙ୍କୁ ଭାରତ ଆଣିବା ପାଇଁ ଆଉ କ’ଣ ପ୍ରକ୍ରିୟା ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

– କୋର୍ଟଙ୍କ ରାୟ ପରେ ଲଣ୍ଡନ ଗୃହ ସଚିବ ପ୍ରୀତି ପଟେଲ ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଚୂଡାନ୍ତ କରିବେ
– ସାଧାରଣତଃ ସଚିବ କୋର୍ଟଙ୍କ ରାୟ ବିରୋଧରେ ଯାଆନ୍ତି ନାହିଁ, ତେଣୁ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ
– ୨୦୦୩ ପ୍ରତ୍ୟାର୍ପଣ ଚୁକ୍ତି ଅନୁସାରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ମଧ୍ୟ ଏଥିପାଇଁ ଅଧିକୃତ
– ହେଲେ ତଳକୋର୍ଟଙ୍କ ରାୟକୁ ୧୪ ଦିନ ଭତରେ ଲଣ୍ଡନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ନୀରବ ମୋଦି
– ସେହିପରି ହାଇକୋର୍ଟଙ୍କ ରାୟକୁ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାର ବିକଳ୍ପ ରହିଛି
– ଏସବୁ କିଛି ନହେଲେ ରାୟ ଆସିବାର ୨ ମାସ ଭିତରେ ଶେଷ ହେବ ପ୍ରତ୍ୟାର୍ପଣ ପ୍ରକ୍ରିୟା
– ତେଣୁ ଏପ୍ରିଲ ସୁଦ୍ଧା ଏହି ପ୍ରକ୍ରିୟା ସରିଲେ ମୁମ୍ବାଇର ଆର୍ଥର ରୋଡ ଜେଲ ବାରାକ-୧୨ରେ ରହିବେ ନୀରବ ମୋଦି