ପଳାତକ ନୀରବ ମୋଦୀର ବ୍ୟାଙ୍କ ଆକାଉଣ୍ଟ ଖାଲି, ପିଜା କିଣିବା ପାଇଁ ପାଖରେ ଆଉ ନାହିଁ ଟଙ୍କା। 

2,215

କନକ ବ୍ୟୁରୋ: ଫେରାର ହୀରା ବେପାରୀ ନୀରବ ମୋଦୀ ବର୍ତ୍ତମାନ ସବୁଠାରୁ ଖରାପ ଆର୍ଥିକ ସ୍ଥିତି ଦେଇ ଗତିକରୁଛନ୍ତି । କେବେ ଜଣେ ବିଶିଷ୍ଟ ଶିଲ୍ପପତି ଥିବା ନୀରବ ମୋଦୀ ଆଜି ପୂରା ଦେବାଳିଆ ହୋଇଯାଇଛନ୍ତି । ନୀରବ ମୋଦୀଙ୍କ ଦୁର୍ଦ୍ଦଶା ୨୦୧୯ରେ ଲଣ୍ଡନରେ ପୋଲିସ ଦ୍ୱାରା ଗିରଫ ହେବା ପରେ ଆରମ୍ଭ ହୋଇଥିଲା । ପିନଏନବି ବ୍ୟାଙ୍କ ସହ ଜଡିତ ହଜାର ହଜାର କୋଟିର ବଡ ଅନିୟମିତତାର ସେ ମୁଖ୍ୟ ଅଭିଯୁକ୍ତ ଥିଲେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଫାୟାରଷ୍ଟାର ଡାଇମଣ୍ଡ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ପାଖରେ ୨୩୬ ଟଙ୍କାର ସଞ୍ଚୟ ରହିଛି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ମୋଦୀଙ୍କ ଫାର୍ମର ଗୋଟିଏ ଖାତାରେ ମାତ୍ର ୨୩୬ ଟଙ୍କା ପଡିଛି । କୋଟକ ମହିନ୍ଦ୍ରା ବ୍ୟାଙ୍କ ଆୟକର ବକେୟା ବାବଦରେ ଏସବିଆଇକୁ ୨.୪୬ କୋଟି ଚଙ୍କା ହସ୍ତାନ୍ତର କରିଥିଲା । ୨୦୨୧ରେ ଅଦାଲତର ନିର୍ଦ୍ଦେଶ ଦେଇଥିଲେ ଯେ ପଳାତକ ଆର୍ଥିକ ଅପରାଧୀ ଅଧିନିୟମ ଆଧାରରେ ଏଫଡିଆଇପିଏଲ ସମ୍ବନ୍ଧରେ ନିଯୁକ୍ତ ଲିକ୍ୱୁଡେଟର ମାଧ୍ୟମରେ ଦାବିଦାରୀ କରାଯାଇପାରିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏହି ରାଶିକୁ ଜାରି କରାଯାଇପାରିବ ।