ଏବେ ଦିଲ୍ଲୀ ନୁହେଁ ପଲ୍ଲୀ ଚାଲ! ନଚେତ ଲୋକଙ୍କ ମନରୁ ଲିଭିଯିବ କଂଗ୍ରେସ, ନିରଞ୍ଜନଙ୍କ ମତକୁ ସମର୍ଥନ କଲେ ତାରା

32

କନକ ବ୍ୟୁରୋ : ଆଗକୁ ରାସ୍ତା ଦିଲ୍ଲୀ ନୁହେଁ ପଲ୍ଲୀ । ସମ୍ବାଦ ସମ୍ବାଦକୀୟ ପୃଷ୍ଠାରେ ଏଭଳି ଏକ ଶୀର୍ଷକ ଜରିଆରେ ରାଜ୍ୟ କଂଗ୍ରେସର ଭବିଷ୍ୟତ ଆକଳନ କରିଛନ୍ତି ପୂର୍ବତନ ପିସିିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଆଗକୁ ଦିଲ୍ଲୀ ନୁହଁ ବରଂ ପଲ୍ଲୀ ରାଜନୀତିକୁ ଅଧିକ ଗୁରୁତ୍ୱ ଦେବାକୁ ହେବ ବୋଲି ମତ ରଖିଛନ୍ତି ନିରଞ୍ଜନ । ନହେଲେ ପ୍ରଦେଶ କଂଗ୍ରେସ ଲୋକଙ୍କ ମନରୁ ଲିଭିଯିବ ବୋଲି ଲେଖିଛନ୍ତି ପୂର୍ବତନ ପିସିସି ସଭାପତି ।

କଂଗ୍ରେସର ବର୍ତମାନ ସ୍ଥିତି ଏବଂ ଏଥିରେ ପରିବର୍ତନ ପାଇଁ ଆହ୍ୱାନ ଦେବାକୁ ଯାଇ ଲେଖିଛନ୍ତି-କଂଗ୍ରେସ ନେତୃବୃନ୍ଦ ହୁଏତ ଓଡିଶା ଏବଂ କଂଗ୍ରେସ ଦଳ ମଧ୍ୟରେ ଥିବା ସଂପର୍କର ଇତିହାସକୁ ଠିକ୍ ଭାବରେ ମନେ ରଖି ନାହାନ୍ତି । ଦିଲ୍ଲୀରୁ ନେତା ନିଯୁକ୍ତିର ଅଭିଯୋଗରୁ ଦଳ କେବେ ବି ନିଜକୁ ମୁକ୍ତ କରିପାରିଲା ନାହିଁ । ଏଠି ଯିଏ ବି ନେତା ହେଲା ଲୋକେ କହିଲେ ତାଙ୍କର ନିଜର ପରାକାଷ୍ଠା ଯୋଗୁଁ ନୁହେଁ, ହାଇକମାଣ୍ଡଙ୍କ ଦୟାରେ ନେତା ହୋଇଛନ୍ତି । ଆମେ ବି କହିଲୁ ଆମ ନେତା ଦିଲ୍ଲୀରେ ରୁହନ୍ତି, ଏଠି ଆମେ ସବୁ ଅନୁଗତ । କିନ୍ତୁ ଲୋକ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । କଂଗ୍ରେସ ଦଳରେ ପଚାଶ ବର୍ଷ ରହିଲା ପରେ ଏହା ଅଙ୍ଗେ ନିଭା କଥା । ନିରଞ୍ଜନଙ୍କ ମତକୁ ବି ସମର୍ଥନ ଜଣାଇଛନ୍ତି ତାରାପ୍ରସାଦ ବାହିନୀପତି ।