ମାନସ ଅପହରଣ ଓ ହତ୍ୟା ଘଟଣାର ନିର୍ଦ୍ଦେଶକ ଥିଲେ ନିରଞ୍ଜନ ସେଠି । ଅପହରଣ, ହତ୍ୟା ଓ ଶର୍ମିଷ୍ଠା ଫେରାର ଯାଏଁ ରଚିଥିଲେ ଷଡଯନ୍ତ୍ର

ମାନସ ଅପହରଣ ଓ ହତ୍ୟା ଘଟଣାର ନିର୍ଦ୍ଦେଶକ ଥିଲେ ନିରଞ୍ଜନ ସେଠି । ଅପହରଣ, ହତ୍ୟା ଓ ଶର୍ମିଷ୍ଠା ଫେରାର ଯାଏଁ ରଚିଥିଲେ ଷଡଯନ୍ତ୍ର

କନକ ବ୍ୟୁରୋ: ମାନସଙ୍କୁ ଅପହରଣଠୁ ହତ୍ୟା କରିବା ଓ ମୃତଦେହ ପୋତିବା ଯାଏଁ, ସବୁ କିଛି କୁଆଡେ ହୋଇଥିଲା ଅବସରପ୍ରାପ୍ତ ସରକାରୀ ବାବୁ ନିରଞ୍ଜନ ସେଠୀଙ୍କ ଇସାରାରେ । ଶର୍ମିଷ୍ଠାଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀ ଏହି ତଥ୍ୟ ପାଇଛନ୍ତି । ଛୋଟ-ମୋଟ କାହାଣୀର ନିର୍ଦ୍ଦେଶନା ଦେଉଥିବା ନିରଞ୍ଜନ ସେଠୀ ମାନସ ହତ୍ୟା ମାମଲାର ନିର୍ଦ୍ଦେଶକ ସାଜିଥିଲେ । ହତ୍ୟା ପରେ ପୁଲିସ ପଞ୍ଝାରୁ ବଞ୍ଚିବା ଲାଗି ମିଛ କାହାଣୀ ତିଆରି କରି ନିରଞ୍ଜନ ବର୍ତ୍ତିବାକୁ ଉଦ୍ୟମ ମଧ୍ୟ କରିଥିଲେ ।

  • ମାନସ ଅପହରଣ ଓ ହତ୍ୟା ଘଟଣାର ନିର୍ଦ୍ଦେଶକ ଥିଲେ ନିରଞ୍ଜନ ସେଠି
  • ଅପହରଣ, ହତ୍ୟା ଓ ଶର୍ମିଷ୍ଠା ଫେରାର ଯାଏଁ ରଚିଥିଲେ ଷଡଯନ୍ତ୍ର
  • ଶର୍ମିଷ୍ଠାଙ୍କ ଜେରାରୁ କ୍ରାଇମବ୍ରାଂଚକୁ ମିଳିଲା ତଥ୍ୟ

ଶର୍ମିଷ୍ଠା, ଝୁନା ଓ ରଞ୍ଜନଙ୍କ ଜେରାରୁ ଯେଉଁ ତଥ୍ୟ ପୁଲିସ ପାଉଛି, ସେଥିରେ ସ୍ପଷ୍ଟ ହେଉଛି, ଯେ ଛୋଟ ଛୋଟ କାହାଣୀର ନିର୍ଦ୍ଦେଶନା ଦେଉଥିବା ନିରଞ୍ଜନ ସେଠି, ଏହି ଅପହରଣ ଓ ହତ୍ୟା ଘଟଣାର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । କୁଆଡେ ନିରଞ୍ଜନ ଆଦୌ ବିଚଳିତ ନହୋଇ ସ୍ଥିର ଚିତରେ ଗୋଟି ଗୋଟି ସମସ୍ୟାର ସମାଧାନ କହନ୍ତି ।

୭ ଫେବୃୟାରୀ ୨୦୨୨ । ପଳାଶପୁର ଛକରେ ମାନସକୁ ପାଇବା ପରେ ଯେତେବେଳେ ଶର୍ମିଷ୍ଠା ଚିପ୍ ମାଗିଥିଲେ, ମାନସ କୁଆଡେ କହିଥିଲେ ତାଙ୍କ ପାଖରେ ଚିପ୍ ନାହିଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତୁରନ୍ତ ଶର୍ମିଷ୍ଠା ନିରଞ୍ଜନ ସେଠିଙ୍କୁ ଫୋନ କରିଥିଲେ । ଆଉ ନିରଞ୍ଜନ ମାନସଙ୍କୁ ଉଠାଇ ଆଣିବାକୁ ପରାମର୍ଶ ଦେଇଥିଲେ । ଗାଡିରେ ଆଣୁଥିବା ବେଳେ ମଧ୍ୟ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମାନସକୁ କଣ ପଚାରୁଥିଲେ, ଏବଂ ମାନସ ଏହାର କଣ ଜବାବ ଦେଉଥିଲେ, ତାହା ଫୋନ କରି ତୁରନ୍ତ ନିରଞ୍ଜନ ସେଠିଙ୍କୁ ସବୁ ଜଣାଉଥିଲେ ।

ଶର୍ମିଷ୍ଠା କ୍ରାଇମବ୍ରାଞ୍ଚକୁ ଯାହା କହିଛନ୍ତି, ସେଥିରେ ଜଣାପଡୁଛି, ସବୁ ପଦକ୍ଷେପରେ ସେମାନେ ନିରଞ୍ଜନ ସେଠିଙ୍କର ହିଁ ପରାମର୍ଶ ନେଉଥିଲେ, ଏବଂ ନିରଞ୍ଜନ ଯାହା କହୁଥିଲେ ତାହା ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ଶର୍ମିଷ୍ଠା । ମାନସକୁ ଅପହରଣ କରି ଭୁବନେଶ୍ୱର ଆଣିବାର କିଛି ସମୟ ପରେ ଦୟାଲ ଆଶ୍ରମରେ ପହଞ୍ଚି ଯାଇଥିଲେ ନିରଞ୍ଜନ ସେଠି । ଏହାପରେ ଚିପ୍ କୁଆଡେ ଗଲା ବୋଲି ନିରଞ୍ଜନ ନିଜେ ପଚାରିଥିଲେ ଏବଂ ମାଡ ମାରିବା ଆରମ୍ଭ କରିଥିଲେ । ମାନସ କୁଆଡେ ଡାଟା ରିଡ୍ରାଇଭ କରିଦେବ ବୋଲି କହିଥିଲା ଅର୍ଥାତ୍ ଡିଲଟ୍ ହୋଇଥିବା ଭିଡିଓକୁ ପୁଣି ଥରେ ଉଦ୍ଧାର କରିଦେବ । ହେଲେ ତା କଥା ଏମାନେ ବିଶ୍ୱାସ କରିନଥିଲେ । ଏହା ଭିତରେ ମାନସ ମାଡ ଖାଇ ଖାଇ ଅଚେତ ହୋଇପଡିଲେ । ପରଦିନ ତାଙ୍କୁ ମୃତ ଅବସ୍ଥାରେ ପାଇଲେ ଶର୍ମିଷ୍ଠା ଓ ଅନ୍ୟ ସହଯୋଗୀମାନେ ।

  • ପୁଣି ନିରଞ୍ଜନଙ୍କ ମତାମତ ଲୋଡିଲେ ଶର୍ମିଷ୍ଠା
  • ରଣପୁର ନିକଟରେ ପୋତିଦେବାକୁ ପରାମର୍ଶ ଦେଇଥିଲେ ନିରଞ୍ଜନ

ନିରଞ୍ଜନଙ୍କ ପରାମର୍ଶ ପରେ ଶର୍ମିଷ୍ଠା ଓ ତାଙ୍କର ସହଯୋଗୀମାନେ ମାନସଙ୍କ ମୃତ ଦେହକୁ ନେଇ ରଣପୁର ପାହାଡ ନିକଟରେ ପୋତି ଦେଇଥିଲେ । ଶର୍ମିଷ୍ଠା ରାଉତ କୁଆଡେ କ୍ରାଇମବ୍ରାଂଚ ଅଧିକାରୀଙ୍କୁ କହିଛନ୍ତି, ମୃତଦେହକୁ ପୋତିବା ପରେ କେମିତି ସେମାନେ ଏଥିରୁ ମୁକୁଳିବେ ସେ ବିଷୟରେ ନିରଞ୍ଜନଙ୍କ ସହ ଆଲୋଚନା କରିଥିଲେ ଏବଂ ନିରଞ୍ଜନ ନାଟକର ନିର୍ଦ୍ଦେଶନା ଦେବା ଭଳି ଏକ ନୂଆ କାହାଣୀ ତିଆରି କରି, ଏଥିରୁ ବର୍ତିବାକୁ ଚେଷ୍ଟା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe