କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଯୁକ୍ତ ନିରଞ୍ଜନ ସେଠୀ ।

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଯୁକ୍ତ ନିରଞ୍ଜନ ସେଠୀ ।

କନକ ବ୍ୟୁରୋ : ଜେଲ୍ ଗଲେ ନିରଞ୍ଜନ ସେଠୀ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲ୍ ଗଲେ ପୂର୍ବତନ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ନିରଞ୍ଜନ । ତେବେ ଜେଏମଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଜେଲ୍ ଯାଇଛନ୍ତି ନିରଞ୍ଜନ ସେଠୀ ।

ତେବେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ବଡ ଖୁଲାସା କରିଛି ପୋଲିସ । ମାନସଙ୍କ ହତ୍ୟା ପଛରେ ରହିଛି ବଡବଡିଆଙ୍କ ହାତ । ଅବସରପ୍ରାପ୍ତ ଓଡିଶା ଇନଫର୍ମେସନ ସର୍ଭିସର ଅଧିକାରୀ ନିରଞ୍ଜନ ସେଠୀଙ୍କ ଛତ୍ରଛାୟାରେ ରହିଥିଲେ ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ମାନସଙ୍କ ଅପହରଣଠାରୁ ଆରମ୍ଭ କରି, ହତ୍ୟା ଓ ପରେ ଶବକୁ ଲୁଚାଇବା ପର୍ଯ୍ୟନ୍ତ ସବୁ ଜାଗାରେ ଉପସ୍ଥିତ ଥିଲେ ଏହି ନିରଂଜନ ସେଠୀ । ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜେଏମଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଜେଲ୍ ଯାଇଛନ୍ତି ଅଭିଯୁକ୍ତ ନିରଞ୍ଜନ ସେଠୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe