କନକ ବ୍ୟୁରୋ : କୋର୍ଟଚାଲାଣ ବେଳେ ହତ୍ୟାକାରୀ ନିରଞ୍ଜନଙ୍କ ମୁହଁ ଟାଣ । ହତ୍ୟା ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ, ମୁହଁ ଫୁଟାଣୀ ମାରି ସେ ହତ୍ୟାକାରୀ ନୁହେଁ ବୋଲି କହିଛନ୍ତି । ତେବେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ବଡ ଖୁଲାସା କରିଛି ପୋଲିସ । ମାନସଙ୍କ ହତ୍ୟା ପଛରେ ରହିଛି ବଡବଡିଆଙ୍କ ହାତ ।

Advertisment

ଅବସରପ୍ରାପ୍ତ ଓଡିଶା ଇନଫର୍ମେସନ ସର୍ଭିସର ଅଧିକାରୀ ନିରଞ୍ଜନ ସେଠୀଙ୍କ ଛତ୍ରଛାୟାରେ ରହିଥିଲେ ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ମାନସଙ୍କ ଅପହରଣଠାରୁ ଆରମ୍ଭ କରି, ହତ୍ୟା ଓ ପରେ ଶବକୁ ଲୁଚାଇବା ପର୍ଯ୍ୟନ୍ତ ସବୁ ଜାଗାରେ ଉପସ୍ଥିତ ଥିଲେ ଏହି ନିରଞ୍ଜନ ସେଠୀ । ତେବେ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ହେଲେ ମୁହଁ ଫୁଟାଣୀ ମାରି ଏହି ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି, ମୁଁ ହତ୍ୟାକାରୀ ନୁହେଁ ।