ପେସା ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ । ନିଶା ଲୋକଙ୍କୁ ଜମି ଓ ଘର ଦେବା କହି ଠକିବା

Advertisment
ପେସା ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ । ନିଶା ଲୋକଙ୍କୁ ଜମି ଓ ଘର ଦେବା କହି ଠକିବା

କନକ ବ୍ୟୁରୋ: ଜଣେ ନୁହେଁ କି ଦୁଇ ଜଣ ନୁହେଁ,ଏକାଧିକ ଲୋକଙ୍କୁ ଚୁନା ଲଗାଇଛି ଏହି ଠକ, କାହାକୁ ଜମି ଦେବ କହି ଠକିଛି ତ ଆଉ କାହାକୁ ଫ୍ଲାଟ ଦେବ ବୋଲି କହି କୋଟି କୋଟି ଟଙ୍କା ନେଇଯାଇଛି,ହେଲେ ନା କାହାକୁ ଜମି ମିଳିଛି ନା କାହାକୁ ଘର ମିଳିଛି,ଏବେ କମିଶନରେଟ ପୋଲିସ ହାତରେ ଧରାପଡିବା ପରେ ଧୀରେ ଧୀରେ ସାମ୍ନା କୁ ଆସୁଛି ଏହି ଠକ ବିଲଡର ର କଳା କାରନାମା ।

ରଞ୍ଜନ ସାହୁ ନାଲ୍କୋର ଅବସରପ୍ରାପ୍ତ କର୍ମଚାରୀ । ରଞ୍ଜନ ସାହୁଙ୍କୁ ଜମି ଦେବ ବୋଲି କହି ଆଡ଼ଭାନ୍ସ ଓ ରେଜିଷ୍ଟ୍ରେସନ ବାବଦକୁ ୭ ଲକ୍ଷ ଟଙ୍କା ନେଇଯାଇଥିଲା ଏହି ଠକ, ହେଲେ ୨୦୧୩ ରୁ ଆସି ୨୦୨୧ ହେଲାଣି,ଏଯାଏଁ ରଂଜନଙ୍କୁ ତାଙ୍କ ଜମି ମିଳିପାରିଲା ନାହିଁ,ଗଣମାଧ୍ୟମରେ ଉକ୍ତ ଠକ ଧରାପଡିବା ଖବର ଜାଣିବା ପରେ ନିଜ ଟଙ୍କା ଫେରିପାଇବା ଆଶାରେ ସହିଦନଗର ଥାନାକୁ ଧାଇଁ ଆସିଛନ୍ତି ରଞ୍ଜନ ।

କେବଳ ରଞ୍ଜନ ନୁହଁନ୍ତି, ଅନେକ ଲୋକଙ୍କୁ ଏହିଭଳି ଠକିଛି ନିରଞ୍ଜନ । ଲକ୍ଷ୍ମୀସାଗର, ସହିଦନଗର, ବଡ଼ଗଡ଼ ଥାନାକୁ ମିଶାଇ ୬ଟି ମାମଲାରେ ୱାଣ୍ଟଏଡ଼ ଥିଲା ନିରଞ୍ଜନ । ଦୀର୍ଘଦିନ ଧରି ପୋଲିସ ଖୋଜୁଥିଲା ଏହି ବିଲଡରକୁ । ନିରଞ୍ଜନକୁ ପୋଲିସ ଧରିବାରେ ସଫଳ ହେବାପରେ ଏବେ ଥାନାରେ ନିରଞ୍ଜନ ବିରୋଧରେ ଅଭିଯୋଗର ତାଲିକା ବଢ଼ିବାରେ ଲାଗିଛି ।

ଲୋକଙ୍କୁ ଠକି ଲୋକଙ୍କ ଝାଳବୁହା ଟଙ୍କାରେ ଅଏସ କରୁଥିଲା ଏହି ବିଲଡର । ଦାମୀ ଗାଡି ଚଢିବା ସହ ବିଳାସପୂର୍ଣ ଜୀବନ ଅତିବାହିତ କରୁଥିଲା ନିରଞ୍ଜନ ରଣା । ଦୀର୍ଘଦିନ ଧରି ପୋଲିସ ସହ ଲୁଚକାଳି ଖେଳିବା ପରେ ଏବେ କମିଶନରେଟ ପୋଲିସ ପଞ୍ଝାରେ ଫସିଛି ଏହି ମୋଷ୍ଟ ୱାନଟେଡ଼ ବିଲଡର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe