ବଜେଟ୍ ଅର୍ଥ ଖର୍ଚ୍ଚରେ ପଛରେ ପଡିଲେ ସରକାର । ନଭେମ୍ବର ୧୦ ସୁଦ୍ଧା ଖର୍ଚ୍ଚ ହୋଇଛି ମାତ୍ର ୩୭ ପ୍ରତିଶତ ଅର୍ଥ ।

423

କନକ ବ୍ୟୁରୋ : ବଜେଟରୁ ଅର୍ଥ ଖର୍ଚ୍ଚ ନେଇ ପଛରେ ପଡିଲେ ସରକାର । ୨୦୧୯ ନଭେମ୍ବର ୧୦ ତାରିଖ ସୁଦ୍ଧା ଖର୍ଚ୍ଚ ହୋଇଛି ମାତ୍ର ୩୭ ପ୍ରତିଶତ ଅର୍ଥ । ଏନେଇ ଆଜି ବିଧାନସଭାରେ ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ନିର୍ବାଚନ ଆଚରଣ ବିଦ୍ଧି, ଗତ ମେ ତିନି ତାରିଖରେ ଆସିଥିବା ସାମୁଦ୍ରିକ ଝଡ ଫୋନି ଓ ଲଘୁଚାପ ଜନିତ ଅନିୟମିତତା ବର୍ଷା ଯୋଗୁଁ ଖର୍ଚ୍ଚରେ ବିଳମ୍ବ ହୋଇଥିବା ମନ୍ତ୍ରୀ ବିବୃତି ରଖିଛନ୍ତି । ଆଗକୁ ଇ-ଗଭର୍ଣ୍ଣାନ୍ସ ଜରିଆରେ ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଘରୋଇ ଓ କୌଣସି ଅର୍ଥ ଲଗାଣ କମ୍ପାନୀର ବେଆଇନ୍ ଟଙ୍କା ପାର୍କିଂକୁ ବାରଣ କରିଛନ୍ତି ସରକାର ।