କନକ ବ୍ୟୁରୋ : ତେଲ ଦର ବୃଦ୍ଧି ଆଶଙ୍କାରେ ପିସିସି ସଭାପତିଙ୍କ କଟାକ୍ଷ । ରାହୁଲ ଗାନ୍ଧୀଙ୍କ ଶୈଳୀରେ କଟାକ୍ଷ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ପେଟ୍ରୋଲ ଭରିବାକୁ ଚିନ୍ତା କରୁଥିଲେ ଆଜି ହିଁ ଭରନ୍ତୁ ପେଟ୍ରୋଲ । ନଚେତ୍ ପରବର୍ତ୍ତି ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
ଗତ କିଛି ମାସ ହେବ ଦେଶରେ ତୈଳ ଦର ସ୍ଥିର ରହିଥିବା ବେଳେ ବର୍ତ୍ତମାନ ତୈଳ ଦର ବୃଦ୍ଧି ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ସରକାରଙ୍କୁ ଆକ୍ଷେପ କରିବା ଆରମ୍ଭ କରିଦେଇଛନ୍ତି ବିରୋଧୀ । ଗତ କିଛି ଦିନ ତଳେ ତେଲ ଦର ବୃଦ୍ଧି ପ୍ରସଙ୍ଗ ନେଇ କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଟ୍ୱିଟ୍ କରି ରାହୁଲ ଗାନ୍ଧି ଲେଖିଥିଲେ, ଫଟାଫଟ ପେଟ୍ରୋଲ ଟାଙ୍କି ଭରିନିଅନ୍ତୁ... ମୋଦି ସରକାରଙ୍କ ନିର୍ବାଚନୀ ଅଫର ସରିଆସୁଛି । ଆଜି ଠିକ୍ ରାହୁଲ ଗାନ୍ଧିଙ୍କ ପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ଆକ୍ଷେପ କରିଛନ୍ତି ।