ପରାଜିତ ହେବା ପରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ, ଭବିଷ୍ୟତରେ ଆଉ ଲଢିବିନି ନିର୍ବାଚନ

1,842

କନକ ବ୍ୟୁରୋ: ଭଣ୍ଡାରୀପୋଖରୀରୁ ପରାଜିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । କହିଲେ, ମୋର ଦୀର୍ଘ ରାଜନୈତିକ ଜୀବନରେ ମୁଁ ପ୍ରଥମରୁ କଂଗ୍ରେସ ଦଳ ସହ ରହିଆସିଛି । କ୍ଷମତା ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତନ କରିବା କଥା ଚିନ୍ତା କରିନାହିଁ । ଚଳିତ ଥର ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଦଳ ପକ୍ଷରୁ ପ୍ରତିବୃନ୍ଦିତା କଲାବେଳେ ମୁଁ କହିଥୁଲି – ଏହା ମୋର ଶେଷ ନିର୍ବାଚନ । ଭଣ୍ଡାରିପୋଖରୀବାସୀ ମୋତେ ବିଜୟୀ କରିନ ପାରି ଥୁଲେବି ଯେଉଁ ସ୍ନେହ-ଶ୍ରଦ୍ଧା ଦେଇଛନ୍ତି, ସେଥି ପାଇଁ ମୁଁ ସେମାନଙ୍କ ନିକଟରେ ରୁଣୀ । ଭଣ୍ଡାରିପୋଖରୀ ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ ଏହାର ଅନେକ କ୍ଷେତ୍ରରେ ବିକାଶ ହୋଇ ପାରିନାହିଁ । ଏଥର ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୀବ ବାବୁଙ୍କୁ ମୁଁ ଅଭିନନ୍ଦନ ଜଣାଇବା ସହ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହିତ ପାଇଁ ଉଦ୍ୟମ କରିବେ ବୋଲି ଆଶା କରୁଛି ।

ଏଥର ନିର୍ବାଚନରେ ପ୍ରତିଦ୍ଵନ୍ଦିତା ନ’କରିବାକୁ ଇଛା କରିଥିଲେ ମଧ୍ୟ ଭଣ୍ଡାରିପୋଖରୀବାସୀ ଅନୁରୋଧ କରିବାରୁ ଏ ନିର୍ବାଚନ ଲଢିଥୁଲି । ନିର୍ବାଚନରେ ଜନତାଙ୍କ ରାୟଙ୍କୁ ସମ୍ମାନ ଜଣାଉଛି ଓ ଭବିଷ୍ୟତରେ ଆଉ ଭୋଟ୍ ରାଜନୀତିରେ ଭାଗ ନେବି ନାହିଁ ବୋଲି ସ୍ଥିର କରିଛି । କିନ୍ତୁ ଓଡିଶାବାସୀଙ୍କ ବିକାଶ ପାଇଁ ସବୁ ପ୍ରକାର ଉଦ୍ୟମ କରିବି ବୋଲି ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତା ରେ ପ୍ରକାଶ କରିଛନ୍ତି।