ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି: କହିଲେ, କ୍ୟାବିନେଟ ନିଷ୍ପତି ପୂର୍ବରୁ ବିଭାଗ ପାଖରେ ପହଞ୍ଚି ଯାଉଛି ଅର୍ଡର

ସେପଟେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ ପଛରେ ଥିବା ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଲେ ଖାରବେଳ ସ୍ୱାଇଁ

586

କନକ ବ୍ୟୁରୋ: କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ନେଇ ସରକାର ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଲେ ୧୭ ହଜାର କୋଟି ଟଙ୍କା ଘୋଷଣା କରିବା ଏ ପ୍ରହସନ । ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ପୂର୍ବରୁ ପହଂଚି ଯାଉଛି ସରକାର କ’ଣ ଖର୍ଚ୍ଚ କରିବେ ସେସବୁର ତଥ୍ୟ ୨୮ ତାରିଖରୁ ସବୁ ବିଭାଗକୁ ଉନ୍ନୟନ କମିଶନର ଦେଇ ସାରିଥିଲେ । ବୈଠକ ପୂର୍ବରୁ ଯଦି ନିଷ୍ପତି ନିଆସରିଥିଲା ତେବେ ମନ୍ତ୍ରୀ ପରିଷଦ ବୈଠକ କାହିଁକି ଡ଼କାଯାଉଥିଲା । ଏହା ସହ ରାଜ୍ୟ ସରକାର ଘୋଷଣା କରିଥିବା କୃଷି, ମନରେଗା ଭଳି ଅନ୍ୟାନ ସହାୟତା କେବେ ଅବଲୋକରାର କାହାଣୀ । ଲୋକଙ୍କୁ ଭ୍ରମିତ କରିବା ପାଇଁ ଏକ ଉପାୟ । ସେପଟେ କଂଗ୍ରେସର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେପି ।

ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାଇବାରେ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ଖାରବେଳ ସ୍ୱାଇଁ । କହିଲେ ବନ୍ଦେ ଉତ୍କଳ ଜନନୀ କେବଳ ମତଲବି ଭାବେ ଗାନ କରାଗଲା । କିଛି ଅଣ ଓଡ଼ିଆ ଅଧିକାରୀ ଯିଏ ଓଡ଼ିଆଙ୍କ ଭାବବେଗକୁ ବୁଝନ୍ତି ନାହିଁ, ସେମାନେ ଭାବିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଥାଳି ଘଂଟ ବଜାଇ ନାଁ ନେଇଯିବେ । ସେଥିପାଇଁ ଏପରି ନିଷ୍ପତି ନେଇଛନ୍ତି । ୨୦ ବର୍ଷ ଧରି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇ ପାରିଲେନି । ପଶ୍ଚିମ ଓଡ଼ିଶାର ମୁଷ୍ଟିମେୟ କିଛି ଲୋକଙ୍କ ବିରୋଧ ଯୋଗୁ ସରକାର ଏହି ସଙ୍ଗୀତକୁ ମାନ୍ୟତା ଦେଉନାହାନ୍ତି । ଯୋର୍ଦ୍ଧାଙ୍କୁ ସମ୍ମାନ ପାଇଁ ଅନ୍ୟ କିଛି କରାଯାଇ ପାରିଥାନ୍ତା । ରାଷ୍ଟ୍ରବାଦ ସଙ୍ଗୀତ ଗାନ କରିବା ଉଚିତ ନୁହେଁ ।