ଆଦାନୀ ପୋର୍ଟରୁ ହିରୋଇନ ଜବତ ଘଟଣା । ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ 

112

କନକ ବ୍ୟୁରୋ : ଆଦାନୀ ପୋର୍ଟରୁ ହେରୋଇନ୍ ଜବତ ହେବା ଘଟଣାରେ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଏହି ଘଟଣାରେ ଛୋଟମୋଟ ଏଜେଂଟକୁ ଧରାଯାଇଛି, ହେଲେ ଏଯାଏଁ ମାଷ୍ଟରମାଇଣ୍ଡକୁ ଧରାଯାଇନଥିବା ଅଭିଯୋଗ କରିଛି କଂଗ୍ରେସ । ଏହି କାରବାର ପଛରେ ଅନ୍ୟ କେଉଁମାନେ ସମ୍ପୃକ୍ତି ଅଛନ୍ତି, ସେନେଇ ଖୁବ୍ଶୀଘ୍ର ଖୁଲାସା ହେବା ଦରକାର ବୋଲି କହିଛି କଂଗ୍ରେସ  ।

ତେବେ କାହିଁକି ଘଟଣାରେ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ମୁହଁ ଖୋଲୁନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି  । ଅଦାନୀ ପୋର୍ଟକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧକାନ୍ତ ସହାଇ । ଗତ ୧୩ ସେପ୍ଟେମ୍ବରରେ ଅଦାନୀ ମୁନ୍ଧ୍ରାର ପୋର୍ଟରେ ୨୧ ହଜାର କୋଟିର ହେରୋଇନ୍ ଜବତ ହୋଇଥିଲା । ଆଫଗାନିସ୍ତାନରୁ ଇରାନ ଦେଇ ଭାରତ ଆସୁଥିଲା ଏହି ହେରୋଇନ୍ । ଗୋଟିଏ କମ୍ପାନି ଏସବୁ ଡଗ୍ସ ପଠାଇଥିବା ସୂଚନା ମିଳିଛି । ଏଥିରେ ତାଲିବାନ୍ ସମ୍ପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।