କନକ ବ୍ୟୁରୋ : କଂଗ୍ରେସର ନବକଳେବର । ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ ପରେ ଦଳକୁ ମଜବୁତ କରିବାକୁ ଟିମ ନିରଞ୍ଜନ ଭୁବନେଶ୍ୱରରେ ବୈଠକ ପରେ ବୈଠକ କରିଛନ୍ତି । ସମସ୍ତ ବିଧାୟକଙ୍କ ସହ ଦଳକୁ ମଜବୁତ କରିବା ସମ୍ପର୍କରେ ଟିମ ନିରଞ୍ଜନ ଆଲୋଚନା କରିଛନ୍ତି । ସମସ୍ତ ଜିଲ୍ଲାର ସଭାପତି ଓ କର୍ମକର୍ତାଙ୍କ ସହ ବି ଦଳକୁ ମଜଭୁତ କରିବା ସମ୍ପର୍କରେ ଆଲୋଚନା ହୋଇଛି । ଦଳକୁ ତୃଣମୂଳସ୍ତରରେ ମଜଭୁତ କରିବାକୁ ଟିମ ନିରଞ୍ଜନ ସମସ୍ତ ବିଧାୟକ ଓ କର୍ମକର୍ତ୍ତାଙ୍କୁ ମନ୍ତ୍ରଣା ଦେଇଛନ୍ତି । ଆଉ କିଛି ସମୟ ପରେ ପିସିସି ସଭାପତି ଓ ଓଡିଶା ପ୍ରଭାରୀ ସାମ୍ବାଦିକ ସମ୍ମିଳନୀ କରିବେ । ତୃଣମୂଳ ସ୍ତରର କର୍ମୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ବି ପିସିସି ସଭାପତି କହିଛନ୍ତି । ଗତକାଲି ଟିମ ନିରଞ୍ଜନ ଭୁବନେଶ୍ୱର ଫେରିଥିଲେ । ତାଙ୍କୁ କଂଗ୍ରେସ ଭବନରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।
୨୨ ତାରିଖ ରବିବାର ସକାଳ ସାଢେ ୯ଟାରେ କଂଗ୍ରେସ ଭବନରେ ସଭାପତି ଓ ଅନ୍ୟ ନେତୃମଣ୍ଡଳୀ ବିଧାୟକ ଓ ବିଭିନ୍ନ ଛାମୁଆ ସଂଗଠନର ପ୍ରତିନିଧି, ଜିଲ୍ଲା ସଭାପତିି ଓ କର୍ମକର୍ତ୍ତାମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-18-20h25m15s369.png)