କନକ ବ୍ୟୁରୋ : ବିଜୁ ଯୁବବାହିନୀକୁ ନେଇ ସାଂଘାତିକ୍ ଅଭିଯୋଗ ଆଣିଲେ ପିସିସି ସଭାପତି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଯୁବପୀଢ଼ିକୁ, ଯୁବବାହିନୀ ନାଁରେ ଭ୍ରମିତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ସରକାରୀ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ଏହି ବିଜୁ ଯୁବବାହିନୀ ଗଠନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ୩ ବର୍ଷ ପାଇଁ ୪ଶହ କୋଟିର ବ୍ୟବସ୍ଥା କରାଯାଇଛି ଏବଂ ଏବର୍ଷ ଦେଢ଼ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଆଉ ନିର୍ବାଚନରେ ଯୁବକଙ୍କୁ ନିୟୋଜିତ କରିବା ପାଇଁ ୧୦ ହଜାରୁ ୪୦ ହଜାରଯାଏଁ ଦରମା ଦେଇ ଯୁବକଙ୍କୁ ନିଯୁକ୍ତି କରାଯାଉଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତି ।
କଂଗ୍ରେସର ଏହି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି- ବିଜୁ ଯୁବବାହିନୀ ଏକ ସ୍ୱେଚ୍ଛାସେବୀ ସଂଗଠନ । ଯୁବକମାନେ ଏଥିରେ ସ୍ୱେଚ୍ଛାକୃତ ଭାବରେ ସାମିଲ ହେଉଛନ୍ତି । ଯଦି କଂଗ୍ରେସ ବୁଝି ପାରୁନାହିଁ ତେବେ ୱେବ୍ସାଇଟ୍କୁ ଯାଇ ପଢ଼ି ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/Niranjan_Patnai3128.jpg)