କନକ ବ୍ୟୁରୋ : ଆବଶ୍ୟକ ନଥିଲେ ହସ୍ପିଟାଲ ବେଡ଼ ଅକ୍ତିଆର ନକରିବାକୁ ସରକାରଙ୍କ ପରାମର୍ଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଅଯଥାରେ ହସ୍ପିଟାଲ ବେଡ଼ ଅକ୍ତିଆର ନକରି ଘରେ ରହି ଚିକିତ୍ସିତ ହୁଅନ୍ତୁ । ସେହିପରି ରାଜ୍ୟରେ ଟେଷ୍ଟିଂ କିଟର ଅଭାବ ନଥିବା ସେ କହିଛନ୍ତି । ଆବଶ୍ୟକ ଲୋକଙ୍କର ଟେଷ୍ଟ କରାଉଛୁ । ଟେଷ୍ଟିଂର ଡ଼ିମାଣ୍ଡ ଏବେ ଅଧିକା ରହୁଛି ତେଣୁ ଲୋକେ ସ୍ୱତଃ ପ୍ରବୃତ ଭାବେ ଟେଷ୍ଟ କରାଉଛନ୍ତି ।
ସେହିପରି ରେମଡ଼ିସିଭର ମେଡ଼ିସିନ୍ ରାମବାଣ ନୁହେଁ । ଏହି ମେଡ଼ିସିନ୍ କେବଳ ସିରିୟସ ରୋଗୀଙ୍କୁ ଦିଆଯାଏ । କିନ୍ତୁ କିଛି ଲୋକ ରେମଡ଼ିସିଭର କିଣି ଘରେ ରଖି କୃତିମ ଅଭାବ ସୃଷ୍ଟି କରୁଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆବଶ୍ୟକ ପରିମାଣର ମେଡ଼ିସିନ୍ ମହଜୁଦ ଅଛି । ବେଡ଼ର ଅଭାବ ନାହିଁ ଏବଂ ଆଗକୁ ୪ଟି ଲେଖାଏଁ ଜିଲ୍ଲାକୁ ମିଶାଇ ଗୋଟିଏ କ୍ଲଷ୍ଟର କରାଯିବ ଓ ସେହି ଜିଲ୍ଲା ଭିତରେ ହିଁ ରୋଗୀଙ୍କୁ ବେଡ଼ ଯୋଗାଇଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/4-33.jpg)