ରାଜ୍ୟର କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଂଜନ ମିଶ୍ର ପ୍ରତିକ୍ରିୟା : କହିଲେ, ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସ

117

କନକ ବ୍ୟୁରୋ : ରାଜ୍ୟର କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଂଜନ ମିଶ୍ର । ସେ କହିଛନ୍ତି ପଶ୍ଚିମ ଓଡ଼ିଶା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସରେ ରଖାଯାଇଛି । ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଡୋର ଟୁ ଡୋର ସର୍ଭେ ମଧ୍ୟ ବ୍ୟାପକ କରାଯିବ ।

ଏନେଇ ଅଫିସର, ଜିଲ୍ଲାପାଳ, ସଜାଗ ଅଛନ୍ତି । ପର୍ଯ୍ୟାୟ କ୍ରମେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇ ଉପକୂଳକୁ ଆସିଥିଲା ସଂକ୍ରମଣ । ଧୀରେ ଧୀରେ ହ୍ରାସ ପାଇବା ସ୍ୱାଭାବିକ ପ୍ରକ୍ରିୟା । ଆଜି ୧୮ ଜିଲ୍ଲାରେ ଦୁଇ ଅଙ୍କ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ଏବେ ରାଜ୍ୟରେ ୬ ପ୍ରତିଶତ ରହୁଛି ସଂକ୍ରମଣ ହାର । ଯେଉଁ ଜିଲ୍ଲାରେ ଅଧବକ ରହୁଛି ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ବହୁତ କମ୍ ରହିବ ।

Comments are closed.