କନକ ବ୍ୟୁରୋ : ରାଜ୍ୟର କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଂଜନ ମିଶ୍ର । ସେ କହିଛନ୍ତି ପଶ୍ଚିମ ଓଡ଼ିଶା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସରେ ରଖାଯାଇଛି । ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଡୋର ଟୁ ଡୋର ସର୍ଭେ ମଧ୍ୟ ବ୍ୟାପକ କରାଯିବ ।
ଏନେଇ ଅଫିସର, ଜିଲ୍ଲାପାଳ, ସଜାଗ ଅଛନ୍ତି । ପର୍ଯ୍ୟାୟ କ୍ରମେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇ ଉପକୂଳକୁ ଆସିଥିଲା ସଂକ୍ରମଣ । ଧୀରେ ଧୀରେ ହ୍ରାସ ପାଇବା ସ୍ୱାଭାବିକ ପ୍ରକ୍ରିୟା । ଆଜି ୧୮ ଜିଲ୍ଲାରେ ଦୁଇ ଅଙ୍କ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ଏବେ ରାଜ୍ୟରେ ୬ ପ୍ରତିଶତ ରହୁଛି ସଂକ୍ରମଣ ହାର । ଯେଉଁ ଜିଲ୍ଲାରେ ଅଧବକ ରହୁଛି ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ବହୁତ କମ୍ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/22-9.jpg)