କନକ ବ୍ୟୁରୋ : ନିରାମୟ । ଗରିବ ରୋଗୀଙ୍କୁ ଔଷଧ ଯୋଗାଇବା ପାଇଁ ସରକାରଙ୍କ ଲୋକାଭିମୁଖୀ ଯୋଜନା । ଯୋଜନାର ସଫଳ ରୂପାୟନ ପାଇଁ କେତେ ପ୍ରଚାର କେତେ କଣ । ହେଲେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ବିଫଳ ନିରାମୟ ଯୋଜନା । ନିରାମୟ ଯୋଜନାରେ ରୋଗୀଙ୍କୁ ଔଷଧ ମିଳୁନଥିବା ଅଭିଯୋଗ ହୋଇଛି ।
ନିରାମୟ କେନ୍ଦ୍ର ଆଗରେ ରୋଗୀ ସମ୍ପର୍କୀୟଙ୍କ ଲମ୍ବା ଲାଇନ୍ । ଆଶା, ମାଗଣାରେ ସରକାରୀ ମେଡିସିନ ମିଳିବ । ହେଲେ ଥଣ୍ଡା, ଜର, କାଶ ଭଳି କିଛି ମେଡିସିନ ଛାଡି ଦେଲେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ନିରାମୟ କେନ୍ଦ୍ରରେ ଅନ୍ୟ ଔଷଧ ମିଳୁନଥିବା କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ମେଡିକାଲକୁ ପ୍ରତି ଦିନ ଶହଶହ ରୋଗୀ ଆସୁଥିବା ବେଳେ ନିରାମୟ ଯୋଜନାରେ ଔଷଧ ପାଉନଥିବା ଅଭିଯୋଗ ହୋଇଛି । ବିପିଏଲ କାର୍ଡ ଏବଂ ସ୍ୱାସ୍ଥ୍ୟ କାର୍ଡଧାରୀ ରୋଗୀଙ୍କୁ ମେଡିକାଲ ବାହାରୁ ମେଡିସିନ ଆଣି ଯୋଗାଉଥିବା ବେଳେ ବିପିଏଲ କାର୍ଡ ନଥିବା ରୋଗୀଙ୍କୁ ଭଗବାନ ଭରସା ।
ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ୨୦୧୪ ମସିହାରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ନିରାମୟ ଯୋଜନା । ଲକ୍ଷ୍ୟ, ଗରିବଙ୍କୁ ମାଗଣାରେ ଔଷଧ ଯୋଗାଇବା, କିନ୍ତୁ ସମ୍ବଲପୁର ଡାକ୍ତରଖାନାରେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ସରକାରୀ ନିୟମ ଅନୁସାରେ ଡାକ୍ତରଖାନା ନିରାମୟ କେନ୍ଦ୍ରରେ ୫ଶହ ୭୦ ପ୍ରକାରର ଔଷଧ ରହିବା କଥା, ହେଲେ ଏଠାରେ ରହିଛି ମାତ୍ର ୨ଶହ ପ୍ରକାରର । ଏହି ଘଟଣାକୁ ନେଇ ଜିଲ୍ଲାପାଳ କହିଛନ୍ତି ଏବାବଦରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ପଦେକ୍ଷପ ନେବେ ।ନିରାମୟ ଯୋଜନା ସହ ଅନେକ ଗରିବଙ୍କ ଭାଗ୍ୟ ଯୋଡି ହୋଇଥିବା ବେଳେ ଉଜୁଡି ଯାଇଥିବା ଯୋଜନାକୁ ସଜାଡିବା ପାଇଁ ରାଜ୍ୟସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-07-at-7.01.53-PM.png)