କନକ ବ୍ୟୁରୋ : କେନ୍ଦ୍ରାପଡାରେ ହେବ ନିପ୍ପନ୍ ଷ୍ଟିଲ୍ କାରଖାନା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ମହାକାଳପଡାରେ ମରା ଯାଇଛି ବଡ ବଡ ହୋର୍ଡିଂ । ରାସ୍ତା କଡରେ ବଡ ବଡ ହୋର୍ଡିଂ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମର୍ଥକ । ତେବେ ହୋର୍ଡିଂରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହ ଫାଇବ୍-ଟି ସଚିବ ଭିକେ ପାଣ୍ଡିଆନଙ୍କ ଫଟୋ ଦେଖିବାକୁ ମିଳିଛି । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହ ପାଣ୍ଡିଆନଙ୍କ ଫଟୋ ସ୍ଥାନ ପାଇବାକୁ ନେଇ ତେଜିଲା ରାଜନୀତି ।

Advertisment

ମେକ ଇନ୍ ଓଡିଶା କନକ୍ଲେଭ୍ ଜରିଆରେ ଓଡିଶାରେ ନିପନ୍ ଷ୍ଟିଲ୍ କାରଖାନା ଖୋଲାଯିବା ନେଇ ଜାପାନ ସ୍ଥିତ କମ୍ପାନୀ ସହ ଚୁକ୍ତି କରିଥିଲେ ରାଜ୍ୟ ସରକାର । ଜାପାନ ଗସ୍ତ ସମୟରେ ଏହି ଚୁକ୍ତି ହୋଇଥିଲା । ଓଡିଶାର ଜଗତସିଂହପୁର ଓ କେନ୍ଦ୍ରାପଡାରେ ନିପ୍ପନ ଷ୍ଟିଲର କାରଖାନା ହେବାର ସ୍ଥିର ହୋଇଛି । ତେବେ କେନ୍ଦ୍ରାପଡାରେ ଯେଉଁ ହୋର୍ଡିଂ ସ୍ଥାନ ପାଇଛି, ସେଥିରେ କାହିଁକି ସଚିବଙ୍କ ଫଟୋ ରହିଛି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।