ନିପା ଭାଇରସ୍ ସଂପର୍କରେ ଆହୁରି କିଛି ଅଜଣା ତଥ୍ୟ : ଏହି ବିଶେଷ ଦିଗ ଉପରେ ଧ୍ୟାନ ଦିଅନ୍ତୁ, ନଚେତ୍ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଲିଯାଇପାରେ ଆପଣଙ୍କ ଜୀବନ

ନିପା ଭାଇରସ୍ ସଂପର୍କରେ ଆହୁରି କିଛି ଅଜଣା ତଥ୍ୟ : ଏହି ବିଶେଷ ଦିଗ ଉପରେ ଧ୍ୟାନ ଦିଅନ୍ତୁ, ନଚେତ୍ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଲିଯାଇପାରେ ଆପଣଙ୍କ ଜୀବନ

source : IBTimes India

ଗତ କିଛି ଦିନ ହେବ ସମସ୍ତ ଗଣମାଧ୍ୟମରେ ବ୍ୟାପିଛି କେବଳ ଗୋଟାଏ ଖବର। ଖବରଟି ହେଉଛି ନିପା ଭାଇରସ୍। ଏହା କ’ଣ, କେମିତି ସଂକ୍ରମଣ ହୁଏ , କିଏ ଏହାର ବାହାକ ଓ କେଉଁ ଫଳ ଖାଇଲେ ଏହି ସଂକ୍ରମଣର ଭୟ ରହିଛି ଆଦି ଗୁଡ଼ାଏ ଖବରୁ ପୂର୍ବରୁ ଆମେ ଆପଣମାନଙ୍କ ସୂଚନା ସକାଶେ ପ୍ରକାଶ କରିସାରିଛୁ। ମାତ୍ର ଏହି ଭୂତାଣୁ ସଂପର୍କରେ ଆହୁରି ଗୁଡ଼ାଏ କଥା ଅଛି ଯାହା ହୁଏତ ଆପଣ ଜାଣିନଥିବେ। ତେବେ ଚାଲନ୍ତୁ ଜାଣିବା ଏହି ମାରଣାତ୍ମକ ଭାଇରସ୍ ସଂପର୍କରେ କିଛି ଅଜଣା ତଥ୍ୟ।

ଏହା ଏପରି ଏକ ଭାଇରସ୍ ଯିଏକି କେବଳ ମଣିଷ ନୁହେଁ, ବରଂ ପଶୁଙ୍କୁ ଆକ୍ରାନ୍ତ କରିଥାଏ। ଏହି ଭାଇରସକୁ ପ୍ରଥମେ ୧୯୯୮ ମସିହାରେ ମାଲେସିଆ ଏବଂ ସିଙ୍ଗାପୁରରେ ଚିହ୍ନଟ କରାଯାଇଥିଲା। ଏହି ଭାଇରସଟି ସିଧାସଳଖ ମସ୍ତିଷ୍କକୁ ପ୍ରଭାବିତ କରେ। ଉପଯୁକ୍ତ ଯତ୍ନ ନ ନିଆଗଲେ ଏହି ଭାଇରସ ମାତ୍ର ୨୪ରୁ ୪୮ ଘଣ୍ଟା ମଧ୍ୟରେ ମଣିଷର ଜୀବନ ନେଇଯାଇପାରେ।

ଜ୍ୱର, ମୁଣ୍ଡବିନ୍ଧା, ଆଳସ୍ୟ ଓ ମାନସିକ ବିଶାଦ ଏହି ଭାଇରସ୍ ଆକ୍ରାନ୍ତର ଲକ୍ଷଣ। ଏହି ଲକ୍ଷଣ ଜଣେ ବ୍ୟକ୍ତି ଭିତରେ ଲଗାତର ଭାବେ ୭-୧୦ ଦିନ ପର୍ଯ୍ୟନ୍ତ ଦେଖାଗଲେ ବ୍ୟକ୍ତି ଜଣକ ନିପା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଯିବା ଉଚିତ।

ଖଜୁରୀ ତାଡି ଏହି ରୋଗକୁ ବଢ଼ାଇ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ନେଇପାରେ। ନିପା ଭାଇରସରୁ ନିଜକୁ ମୁକ୍ତ କରିବାକୁ ଚାହୁଁଥିଲେ ଖଜୁରୀ ତାଡି ଛୁଇଁବା ମନା। ଏହା ମୁଖ୍ୟତଃ ଘୁଷୁରି ଓ ବାଦୁଡ଼ି ଦ୍ୱାରା ବ୍ୟାପିଥାଏ ବୋଲି ପ୍ରାଥମିତ ଗବେଷଣାରୁ ଜାଣିବାକୁ ମିଳିଥିଲା। ମାତ୍ର ଏବେ ନିପା ଆକ୍ରମଣ କାରଣରୁ ଗବେଷଣକମାନେ ବାଦୁଡ଼ିକୁ ବାଦ୍ ଦେଇଛନ୍ତି।

ୟୁରିନ ଇନଫେକ୍ସନ ଦ୍ୱାରା ବି ନିପା ବ୍ୟାପିପାରେ। ଯଦି କୌଣସି ନିପା ଆକ୍ରାନ୍ତ ବ୍ୟକ୍ତି ବ୍ୟବହାର କରିଥିବା ଶୌଚାଳୟ ଆପଣ ବ୍ୟବହାର କରୁଛନ୍ତି ତେବେ ଭାଇରସ ଦ୍ୱାରା ସଂକ୍ରମଣ ଭୟ ରହିଛି। ଏହି ଭାଇରାସ୍ ପାଇଁ ପ୍ରତିଷେଧକ ମଧ୍ୟ ବାହାରିଛି। ଏପରିକି ଏକ ବିରାଡ଼ି ଦେହରେ ତାହାକୁ ପ୍ରୟୋଗ କରାଯାଇ ସଫଳ ମଧ୍ୟ ହୋଇଛନ୍ତି ଗବେଷକମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe