କନକ ବ୍ୟୁରୋ: କରୋନା ପରେ ଏବେ ନିପା ରୋଗର ଆତଙ୍କ କେରଳରେ ଦେଖିବାକୁ ମିଳିଛି । କୋଏମ୍ବାଟୁର ଜିଲ୍ଲାରେ ମାରାତ୍ମକ ନିପାରେ ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ହେବା ପରେ କେରଳ ସରକାରଙ୍କ ଚିନ୍ତା ବଢି ଯାଇଛି । ମୃତ ବାଳକଙ୍କ ସଂସ୍ପର୍ଶରେ ଆସି ୨ ଜଣ ନିପାରେ ସଂକ୍ରମିତ ହୋଇଥିବା ଜଣାପଡିଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏନେଇ ସୂଚନା ଦେଇଛନ୍ତି ।
ରବିବାର ମୃତ ନାବାଳକ ସଂସ୍ପର୍ଶରେ ଆସିଥିବା ୧୮୮ଜଣଙ୍କୁ ଚିହ୍ନଟ କରିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେମାନଙ୍କ ମଧ୍ୟରୁ ୨୦ଜଣଙ୍କ ଜୀବନ ପ୍ରତି ବିପଦ ଥିବା ଜଣା ପଡିଛି । ୨୦ ଜଣଙ୍କୁ ପ୍ରବଳ ଜ୍ୱର ଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ୨ ଜଣଙ୍କ ଠାରେ ନିପା ଭୂତାଣୁ ଚିହ୍ନଟ ହୋଇଛି । ସେପଟେ ନିପାରେ ସଂକ୍ରମିତ ହୋଇ ମୃତ ବରଣ କରିଥିବା ବାଳକଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଁଚି ଘରର ସମସ୍ତ ଗୃହପାଳିତ ପଶୁଙ୍କ ନମୂନା ସଂଗ୍ରହ କରିଛି ।
ସେପଟେ ନିପା ଭୂତାଣୁରେ ଜଣଙ୍କର ମୃତ୍ୟୁ ହେବା ପରେ କୋଏମ୍ବଟୁରୁ ଜିଲ୍ଲାରେ ଜରୁରୀ ସୂଚନା ଜାରି କରାଯାଇଛି । ମୃତ ନାବାଳକର ଘର ଠାରୁ ୩ କିଲୋମିଟର ଯାଏଁ କଣ୍ଟନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହାକୁ ନେଇ କେରଳ ସରକାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ନମୁନାକୁ ମଧ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି । ୨୦୧୮ରେ ଏହି ଅଞ୍ଚଳରେ ପ୍ରଥମ ନିଫା ଭାଇରସ୍ ଚିହ୍ନଟ ହୋଇଥିଲା । ସେ ସମୟରେ ନିଫା ଭାଇରସରେ ୧୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭ଜଣଙ୍କର ମୃତ୍ୟୁ ହୋଇଥିଲା ।
- ଏହା ମଣିଷରୁ ମଣିଷ ବ୍ୟାପିଥାଏ
- ପ୍ରଥମେ ୧୯୯୮ ମସିହା ମାଲେସିଆରେ ଚିହ୍ନଟ ହୋଇଥିଲା ନିପା ଭୂତାଣୁ
- ଭାରତରେ ପ୍ରଥମେ ୨୦୦୧ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିଲା
- କରୋନା ଭଳି ମାରାତ୍ମକ ନିପା
- ମାତ୍ର ଏହା ବାୟୁରେ ବ୍ୟାପି ନଥାଏ
- ନିପା ଭୂତାଣୁ ପଶୁଠାରୁ ମଣିଷକୁ ବ୍ୟାପିଥାଏ
- ଏହି ଭୂତାଣୁର ମୂଳ କାରଣ ବାଦୁଡି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି
- ନିପା ଭୂତାଣୁର ଲକ୍ଷଣ ଭିଷଣ ଜ୍ୱର
- ୨ ସପ୍ତାହରୁ ଅଧିକ ଦିନ ଜ୍ୱର ରହିଲେ, ଏଥିରେ ମଣିଷର ମୃତ୍ୟୁ ହୋଇଥାଏ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/34-6.jpg)