ନିପା ଭାଇରସକୁ ନେଇ ଆସିଲା ନୂଆ ତଥ୍ୟ ! କେରଳ ନୁହେଁ ବରଂ ୧୭ ବର୍ଷ ପୂର୍ବେ ଭାରତକୁ ଆସିଥିଲା ନିପାହ ଭୂତାଣୁ ।

190

କେରଳରେ ନିପା ଭୂତାଣୁ ସଂକ୍ରମଣ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନେଇ ବାରମ୍ବାର ସତର୍କ ସୂଚନା ଜାରି କରାଯାଉଛି । ତେବେ ନିପା ଭୂତାଣୁ କେରଳରୁ ସଂକ୍ରମଣ ହୋଇନାହିଁ ବରଂ ଏହା ୧୭ବର୍ଷ ପୂର୍ବରୁ ଭାରତକୁ ଆସି ସାରିଛି ବୋଲି ଖବର ମିଳିଛି । ନିକଟରେ କେରଳରେ କେତେଜଣଙ୍କର ଆକସ୍ମିକ ମୃତ୍ୟୁ ନିପା ଭୂତାଣୁ ସଂକ୍ରମଣ ବୋଲି କୁହାଯାଉଛି । ପ୍ରାରମ୍ଭିକ ସମୟରେ ନିପା ଭୂତାଣୁ ସଂକ୍ରମଣର ବାଦୁଡି ଦ୍ୱାରା ସଂକ୍ରମଣ ହେଉଛି ବୋଲି କୁହାଯାଉଥିଲା ।

କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଏକ ରିପୋର୍ଟ ମୁତାବକ, ବାଦୁଡି ନିପାର ପ୍ରମୁଖ କାରଣ ନୁହେଁ । କାରଣ ଏବେ ଯେଉଁ ଭୂତାଣୁ ଚିହ୍ନଟ କରାଯାଇଛି ତାହା ନୂଆ ବୋଲି ବରଂ ଦୁଇଦଶକ ପୂର୍ବେ ଭାରତରେ ଏହା ପ୍ରବେଶ କରି ସାରିଛି । କେରଳର କୋଝିକୋଡରେ ପ୍ରଭାବିତ ସ୍ଥାନକୁ ଯାଞ୍ଚ କରୁଥିବା ଓ୍ଵଟରନେରି ଟିମ୍ କହିଛନ୍ତି, କୂଅଁରୁ ମିଳିଥିବା ବଦୁଡିକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓ୍ଵାୟରୋଲୋଜିକୁ ପଠାଯାଇଥିଲା ।

କେରଳ ସରକାରଙ୍କ ମୁତାବକ, ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କୂଅ ପାଖରେ କେତେକ ମୃତ ବାଦୁଡ଼ି ମିଳିଥିଲା । ଏଥିରୁ ଆଶଙ୍କା କରାଯାଉଥିଲା କି ପୀଡିତ ଏହି କୂଅର ପାଣି ପିଇଥିଲେ, ଯେଉଁଥିପାଇଁ ସେମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଗତ ଚାରିଦିନ ମଧ୍ୟରେ ନିପା ଭୂତାଣୁ ହେତୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି ।

ଡାକ୍ତରୀ ଟିମ୍ ଏହାକୁ ଖଣ୍ଡନ କହିଛନ୍ତି, କେତେକ ପୁସ୍ତକରେ ଏହା ଉଲ୍ଲେଖ ଅଛି ମନୁଷ୍ୟ ଶରୀରରେ ଏହି ଭୂତାଣୁ ୧୧ବର୍ଷ ହେବ ଲୁପ୍ତ ଅବସ୍ଥାରେ ରହିପାରିବ । ୨୦୦୧ରେ ସିଲିଗୁଡ଼ି ଅଞ୍ଚଳରେ ନିପା ଭୂତାଣୁର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ତେଣୁ ଏହା ଅନୁମାନ କରାଯାଉଛି ଏହା କୌଣସି ପୁରୁଣା ବ୍ୟକ୍ତିଙ୍କ ଶରୀରରୁ ସଂକ୍ରମଣ ହୋଇଛି । ଲୁପ୍ତ ଅବସ୍ଥାରେ ଥିବା ଭୂତାଣୁ ଏବେ ସକ୍ରିୟ ହୋଇଯାଇଛି। ଏହା ଦୁଇ ଲୋକଙ୍କ ସଂସ୍ପର୍ଶରେ ଆସିବା ହେତୁ ସଂକ୍ରମଣ ହେଉଛି, ପବନ ଦ୍ୱାରା ନୁହେଁ ।

ଦାବି କରାଯାଉଛି କି, ଏହି ସଂକ୍ରମଣକୁ ରୋକିବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖନ୍ତୁ । ଯଥା ସମ୍ଭବ ଲୋକମାନେ ଘରେ ରୁହନ୍ତୁ, ଅତି ଆବଶ୍ୟକ ପଡ଼ିଲେ ହସ୍ପିଟାଲ ଯାଆନ୍ତୁ । କାରଣ ହସ୍ପିଟାଲ ଏଭଳି ଏକ ସ୍ଥାନ ଯେଉଁଠାରେ ଅଧିକ ସଂକ୍ରମଣର ଭୟ ରହିଥାଏ ।