କନକ ବ୍ୟୁରୋ : ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ଭାରତ ଫେରିଲେ ଆଉ ୧୮୨ ଜଣ ଭାରତୀୟ । ଅପରେସନ୍ ଗଙ୍ଗାର ସପ୍ତମ ବିମାନ ୧୮୨ ଜଣ ଭାରତୀୟଙ୍କୁ ନେଇ ମୁମ୍ବାଇ ପହଂଚିଛି । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ସମସ୍ତ ଭାରତୀୟଙ୍କୁ ସ୍ୱାଗତ କରିଥିଲେ । ସେହିପରି ଆଉ ୨୧୮ ଭାରତୀୟଙ୍କୁ ନେଇ ୟୁକ୍ରେନରୁ ବାହରିଲା ଏୟାର ଇଣ୍ଡିଆର ନବମ ବିମାନ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ବୈଦେଶିକ ବେପାର ମନ୍ତ୍ରୀ ଏସ ଜୟଶଙ୍କର । ବର୍ତ୍ତମାନ ସୁଦ୍ଧା ସ୍ୱେଦେଶ ଫେରିଲେଣି ୨ହଜାରରୁ ଅଧିକ ଭାରତୀୟ ।