ନଭେମ୍ବର ୨୨ରେ ୯ମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା: ନିଜ ସ୍କୁଲରେ ପରୀକ୍ଷା, ଅନ୍ୟ ସ୍କୁଲରେ ଖାତାଦେଖା 

207

କନକ ବ୍ୟୁରୋ: ନଭେମ୍ବରରେ ହେବ ନବମ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା । ନଭେମ୍ବର ୨୨ରୁ ୨୪ ଯାଏଁ ହେବ ପରୀକ୍ଷା । ପ୍ରତିଦିନ ୨ ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ରୁ ୧୦, ଦ୍ୱିତୀୟ ସିଟିଂ ଦିନ ୧୧ଟାରୁ ୧୨ଟା । ପ୍ରତି ପରୀକ୍ଷା ୪୦ ମାର୍କର ହେବା ନେଇ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।  ଏହି ପରୀକ୍ଷା ନିଜ ସ୍କୁଲରେ ହେବ, ହେଲେ ଖାତା ଦେଖା ଅନ୍ୟ ସ୍କୁଲରେ ହେବ ।