ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି  । ଫେବୃଆରୀ ୮ରୁ ଖୋଲିବ ନବମ ଓ ଏକାଦଶ କ୍ଲାସ୍ 

373

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଦଶମ ପରେ ଏବେ ଫେବୃଆରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀର କ୍ଲାସ୍ ଖୋଲିବ । କୋଭିଡ୍ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ ।

ଫେବୃଆରୀ ୮ ତାରିଖରେ କ୍ଲାସ୍ ଆରମ୍ଭ ହେବା ପରେ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ କ୍ଲାସ୍ ଚାଲିବା ନେଇ ସୋମବାର ଗଣଶିକ୍ଷା ବିଭାଗର ସଚିବ ସୂଚନା ଦେଇଛନ୍ତି । ତେବେ ପାଠ ପଢା ସମୟରେ ପିଲାମାନେ କୋଭିଡ୍ ଗାଇଡଲାଇନ୍ ପାଳନ କରିବେ । ଶ୍ରେଣୀଗୃହରେ ପିଲାମାନେ ସାମାଜିକ ଦୂରତା ପାଳନ କରି ବସିବେ ବୋଲି କୁହାଯାଇଛି ।

ଏହାପୂର୍ବରୁ ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟ ସରକାର ମାଟ୍ରିକ କ୍ଲାସ୍ ଖୋଲିବା ନେଇ ଘୋଷଣା କରିଥିଲେ । ଏହାପରେ ପିଲାମାନେ କୋଭିଡ୍ କଟକଣାକୁ ମାନି ସ୍କୁଲ୍ ଆସୁଛନ୍ତି । ଏହି ସମୟରେ ପ୍ରଥମେ ଥର୍ମାଲ ସ୍କାନିଂ ହେବା ସହିତ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ଦେଖି ସେମାନଙ୍କୁ ସ୍କୁଲ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି । ଏବେ ନବମ ଓ ଏକାଦଶ ଶ୍ରେଣୀର କ୍ଲାସ୍ ମଧ୍ୟ ସେହିପରି ହେବ ବୋଲି ଜଣାପଡିଛି ।