ବଢୁଥିବା ସଂକ୍ରମଣକୁ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ବାତିଲ ।

597

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ବଡ ନିଷ୍ପତ୍ତି ନେଇଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ନବମ ଓ ଏକାଦଶ କ୍ଲାସକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ବଢିବାକୁ ଲାଗିଛି, ଏପରି ସ୍ଥିତିରେ କ୍ଲାସ୍ ହେଲେ ପିଲାମାନେ ସଂକ୍ରମିତ ହେବାର ଭୟ ରହିଛି । ଏହାକୁ ଆଖି ଆଗରେ ରଖି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଆସନ୍ତା ୩୦ ତାରିଖ ଯାଏଁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସକୁ ବାତିଲ କରିଦେଇଛନ୍ତି ।

ଏହା ସହିତ ଏହି ଦୁଇ କ୍ଲାସର ପିଲାଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସରକାରୀ ଓ ବେସରକାରୀ ସ୍କୁଲର ପିଲାଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲାଗୁ ହୋଇଛି । ଯଦି ଆବଶ୍ୟକ ହୁଏ, ତେବେ ଆବଶ୍ୟକସ୍ଥଳେ ସ୍କୁଲମାନେ ଅନଲାଇନ୍ ଜରିଆରେ ପାଠ ପଢାଇପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

କେବଳ ସେତିକି ନୁହେଁ, ଦଶମ ଓ ଦ୍ୱାଦଶ ଶ୍ରେଣୀର କ୍ଲାସ କିନ୍ତୁ ୨୫ ତାରିଖ ଯାଏଁ ଚାଲୁ ରହିବ । ଆଗକୁ ବୋର୍ଡ ପରୀକ୍ଷା ହେବାକୁ ଥିବାରୁ ପିଲାମାନଙ୍କର କ୍ଲାସ ଚାଲିବ ବୋଲି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଏହାସହ କ୍ଲାସ ଚାଲିବା ସମୟରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ସହିତ ମାସ୍କ ଓ ସାମାଜିକ ଦୂରତା ପାଳନ ହେବ ।