ଏସସିବିରୁ ଡିସଚାର୍ଜ ହେବ କୁନି ମଞ୍ଜୁଳା : ନାଗ ସାପ କାମୁଡ଼ି ଦେଇଥିବା ଯୋଗୁଁ ପଚିଯାଇଥିଲା ଡାହାଣ ହାତ

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଏସସିବିରେ ଚାଲିଥିଲା ଚିକିତ୍ସା

119

କନକ ନ୍ୟୁଜ ପ୍ରଭାବ । ନାଗସାପ କାମୁଡାର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ୯ ବର୍ଷ ଝିଅ ନବରଙ୍ଗପୁରର ମଞ୍ଜୁଳା ଅଂଟି ସୁସ୍ଥ ହୋଇଛନ୍ତି । ତାଙ୍କୁ ଆଜି ମେଡିକାଲରୁ ଡିସଚାର୍ଜ କରାଯିବ । ସାପ କାମୁଡିଦେବା ଯୋଗୁଁ ନବରଙ୍ଗପୁର ରାଇଘର ବ୍ଲକ ହଳଦୀ ପଞ୍ଚାୟତ ବାଲିଝର ଗାଁର ମଞ୍ଜୁଳାଙ୍କ ଡାହାଣ ହାତ ପଚି ନଷ୍ଟ ହେବାକୁ ବସିଥିଲା । ପରିବାର ଲୋକଙ୍କ ପାଖରେ ଟଙ୍କା ନଥିବାରୁ ତାଙ୍କ ଅଧିକ ଚିକିତ୍ସା ସମ୍ଭବ ହୋଇପାରିନଥିଲା ।

କାନ୍ଧଠାରୁ ଆଙ୍ଗୁଳି ଯାଏଁ ହାତ ସଢିବାକୁ ବସିଥିଲା । ଅସହ୍ୟ ଯନ୍ତ୍ରଣାରେ କୁନିଝିଅଟି ଛଟପଟ ହୋଇଥିଲା । ସହାୟତା ପାଇଁ ସେ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଥିଲା । ଝିଅଟିକୁ ଦଂଶନ କରିଥିବା ନାଗସାପକୁ ପରିବାର ଲୋକେ ଏକମାସ ହେଲା ବନ୍ଦୀ କରି ରଖିଥିଲେ । ପରେ ସାପକୁ ଛଡାଯାଇଥିଲା କନକ ନ୍ୟୁଜରେ ଏ ନେଇ ପ୍ରଥମେ ଖବର ପ୍ରସାରଣ ପରେ ପ୍ରଶାସନ ଚିକିତ୍ସା ପାଇଁ ପଦକ୍ଷେପ ନେଇଥିଲା । ଏସସିବିରେ ମଞ୍ଜୁଳା ଭର୍ତ୍ତି ହୋଇଥିଲେ । ଏବେ ସୁସ୍ଥ ହେବା ପରେ ତାଙ୍କୁ ଆଜି ମେଡିକାଲରୁ ଡିସଚାର୍ଜ କରାଯିବ ।