ଜୁଲାଇ ମାସରେ କରୋନା ମୁକାବିଲା ପାଇଁ ୯ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । ମାସ୍କ ନପିନ୍ଧିଲେ, ସାମାଜିକ ଦୂରତା ରକ୍ଷା ନକଲେ ଜିରୋ ଟଲରାନ୍ସ ଆଭିମୁଖ୍ୟ ପାଇଁ ନିର୍ଦ୍ଦେଶ ।

5,061

କନକ ବ୍ୟୁରୋ : ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିବା ବେଳେ ଆସନ୍ତା ଜୁଲାଇ ମାସରେ କରୋନା ମୁକାବିଲା ନେଇ ୯ଟି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଏବଂ ଏସପି ମାନଙ୍କ ସହ ଆଲୋଚନା ପରେ ରାଜ୍ୟବାସୀଙ୍କୁ ୯ଟି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନଜର ପକାନ୍ତୁ ନବୀନଙ୍କ ୯ ମନ୍ତ୍ର ଉପରେ

୧- ଗ୍ରାମାଞ୍ଚଳରେ କୋଭିଡ କେୟାର କମିଟି ଗଠନ କରାଯିବ
୨- ପଞ୍ଚାୟତ ଓ ଟିଏମସିରେ କୋଭିଡ କେୟାର ହୋମ ବ୍ୟବସ୍ଥା
୩- କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ
୪- ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସତର୍କତା ଅବଲମ୍ବନ କରିବେ
୫- ସରକାରୀ କାର୍ୟ୍ୟାଳୟକୁ କରୋନାଠୁ ଦୂରେଇ ରଖିବାକୁ ପଦକ୍ଷେପ
୬- ମାସ୍କ ନପିନ୍ଧିଲେ, ସାମଜିକ ଦୂରତା ନରଖିଲେ ଜିରୋ ଟଲରାନ୍ସ
୭- ଘରୋଇ ହସ୍ପିଟାଲ ଗୁଡ଼ିକ ସତର୍କତାମୂଳକ ପଦକ୍ଷେପ ନେବେ
୮-ହଟସ୍ପଟ ଅଞ୍ଚଳ ପାଇଁ ଜିଲ୍ଲାପାଳ ମାନେ ସ୍ୱତନ୍ତ୍ର ପଦକ୍ଷେପ ନେବେ
୯- ସରକାରଙ୍କ ସବୁ ବିଭାଗ କରୋନା ଯୁଦ୍ଧରେ ସକ୍ରିୟ ରହିବେ

ଆସନ୍ତା ଜୁଲାଇ ମାସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ମୁକାବିଲା ମନ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୁଲାଇ ମାସରେ କୋଭିଡ୍ ମୁକ‌ାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କଟକଣାକୁ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସପିମାନଙ୍କୁ ୯ଟି କଥାକୁ ଗୁରୁତର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।