କନକ ବ୍ୟୁରୋ: ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନା ମହାମାରୀ ନେଇଛି ଆଉ ୯ ଜଣଙ୍କ ଜୀବନ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଏହାକୁ ମିଶାଇ ରାଜ୍ୟର ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି । ଏପଟେ ଆଜି କରୋନାରେ ଜୀବନ ହାରିଥିବା ମୃତକଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଯାଜପୁର, ପୁରୀ ଏବଂ ଖୋର୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
Regret to inform of the demise of nine Covid positive patients while under treatment in hospitals.
1. A 40 year old male of Ganjam district who was also suffering from Diabetes.
2. A 57 year old male of Puri district who was also suffering from Cerebro Vascular Accident.
— H & FW Dept Odisha (@HFWOdisha) August 4, 2020