ଦିନକରେ ରାଜ୍ୟରେ ୧୩୩୭ ପଜିଟିଭ, ୯ ମୃତ: ଗଂଜାମରୁ ୫, ଖୋର୍ଦ୍ଧା, ଗଜପତି, କେନ୍ଦୁଝର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା୨୨୫କୁ ବୃଦ୍ଧି

Advertisment
ଦିନକରେ ରାଜ୍ୟରେ ୧୩୩୭ ପଜିଟିଭ, ୯ ମୃତ: ଗଂଜାମରୁ ୫, ଖୋର୍ଦ୍ଧା, ଗଜପତି, କେନ୍ଦୁଝର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା୨୨୫କୁ ବୃଦ୍ଧି

କନକ ବ୍ୟୁରୋ: ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି । ଗତ ୨୪ ଘଂଟାରେ ୧୩୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୧୮କୁ ବୃଦ୍ଧି ପାଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୨୨୫ରେ ପହଂଚିଛି । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଗଞ୍ଜାମରୁ ୫, ଖୋର୍ଦ୍ଧା, ଗଜପତି, କେନ୍ଦୁଝର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ମଧ୍ୟରେ ୭ଜଣ ପୁରୁଷ ହୋଇଥିବାବେଳେ ୨ଜଣ ମହିଳା ଅଛନ୍ତି । ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୧୧୭ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ, ଆଜି ରାଜ୍ୟରେ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଗଂଜାମ ଜିଲ୍ଲାରୁ ୨୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ୧୯୬ ଏବଂ କଟକରୁ ୧୬୮ ନୂଆ କରୋନା ରୋଗୀ ଠାବ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୪, ବାଲେଶ୍ୱରରୁ ୩୧, ବରଗଡରୁ ୧୪, ଭଦ୍ରକରୁ ୨୨, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧, ଢେଙ୍କାନାଳରୁ ୫, ଗଜପତିରୁ ୭୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୪, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୧୩, କନ୍ଧାମାଳରୁ ୨୦, କେନ୍ଦ୍ରାପଡାରୁ ୩୭, କେନ୍ଦୁଝରରୁ ୮୦, କୋରାପୁଟରୁ ୩୧, ମାଲକାନଗିରିରୁ ୩୮, ମୟୂରଭଂଜରୁ ୧୫, ନବରଙ୍ଗପୁରରୁ ୭, ନୟାଗଡରୁ ୬୦, ପୁରୀରୁ ୭୩, ରାୟଗଡାରୁ ୨୨, ସମ୍ବଲପୁରରୁ ୭୨, ସାଲେପୁରରୁ ୩ ଏବଂ ସୁନ୍ଦରଗଡରୁ ୮୩ ଜଣ ନୂା କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe