ମାଡି ଚାଲିଛି ମହାମାରୀ: ଦିନକରେ ୪୨୪୨ ଆକ୍ରାନ୍ତ, ୯ ମୃତ; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୮୪ ହଜାର ୧୨୨କୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା ୭୧୦ ଛୁଇଁଲା

300

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଖ୍ୟା । ରାଜ୍ୟରେ ଆଜିର ରେକାର୍ଡ କାଲି ଭାଙ୍ଗୁଛି କରୋନା ମହାମାରୀ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର ।  ତେବେ ଆଜି ସାରା ରାଜ୍ୟରୁ ୪ ହଜାର ୨୪୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା  ୧ ଲକ୍ଷ ୮୪ ହଜାର ୧୨୨କୁ ବୃଦ୍ଧି ପାଇଛି । ସେହିଭଳି ରଆଜି ପୁଣି  ରାଜ୍ୟରେ ୯ଜଣଙ୍କର କରୋନା ଜନିତି ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ଶହ ୧୦ରେ ପହଂଚିଛି ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୨୫ ଶହ ୩ ଜଣ ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୭ ଶହ ୩୯ ଜଣ ରୋଗୀ ସ୍ଥାନୀୟ ଂଚଲରୁ ଠାବ ହୋଇଛନ୍ତି ।  ତେବେ ନୂଆ ଆକ୍ରାନ୍ତଙ୍କୁ ମଧ୍ୟରୁ ଆଜି ପୁଣି କେବଳ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୫୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି ।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୧୩୦, ବାଲେଶ୍ୱରରୁ ୧୫୫, ବରଗଡରୁ ୧୧୪, ଭଦ୍ରକରୁ ୧୧୪, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୪୫, କଟକରୁ ୫୯୫, ଦେବଗଡରୁ ୧୦, ଢେଙ୍କାନାଳରୁ ୭୧, ଗଜପତିରୁ ୨୭, ଗଂଜାମରୁ ୫୭, ଜଗତସିଂହପୁରରୁ ୧୭୬, ଯାଜପୁରରୁ  ୧୩୧, ଝାରସୁଗୁଡାରୁ ୨୦୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୫୩, କେନ୍ଦ୍ରପଡାରୁ ୧୫୫, କେନ୍ଦୁଝରରୁ ୬୨, କୋରାପୁଟରୁ ୯୦, ମାଲକାନଗିରିରୁ ୬୯,  ମୟୂରଭଂଜରୁ ୧୭୧, ନବରଙ୍ଗପୁରରୁ ୫୪, ନୟାଗଡରୁ ୫୩ ନୂଆପଡା, ପୁରୀରୁ ୧୮୨, ରାୟଗଡାରୁ ୧୩୪, ସମ୍ବଲପୁରରୁ ୧୧୩, ସୋନପୁରରୁ ୧୯ ଏବଂ ସମ୍ବଲପୁରରୁ ୨୦୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ତେବେ ନୂଆ ଆକ୍ରାନ୍ତୁଙ୍କୁ ମିଶାରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୪୧୨୨କୁ ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୪୫୬୭୫ଜଣ ଆକ୍ରାନ୍ତ ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ରାଜ୍ୟରେ ବର୍ତ୍ତମାନ ୩୭ ହଜାର ୬୮୪ଟି ସଂକ୍ରିୟ ମାମଲା ରହିଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।