କନକ ବ୍ୟୁରୋ : ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର । ଅନ୍ୟ ଜିଲ୍ଲା ଗୁଡିକ ହେଲା ବାରିପଦା ୩୬.୮, କଟକ ୩୬.୬, ନୟାଗଡ ୩୬.୫, ବଲାଙ୍ଗିର ୩୬.୪, ଅନୁଗୁଳ ୩୫.୭, ତାଳଚେର ୩୫.୫, ଭବାନୀପାଟଣା ୩୫.୫, ଓ ସମ୍ବଲପୁର ୩୫.୩ ଡିଗ୍ରୀ ରେକର୍ଡ ହୋଇଛି ।
ଏବେ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବାରେ ଲାଗିଛି । ଆଜିର ତାପମାତ୍ରା ଭୁବନେଶ୍ୱରରେ ସର୍ବାଧିକ ରହିଛି । ତେବେ ଆରମ୍ଭରୁ ଏଭଳି ତାତି ଚିନ୍ତା ବଢାଉଛି । ଆଗକୁ ରାଜ୍ୟରେ ତାପମାତ୍ରା ମଧ୍ୟ ଅଧିକ ରହିପାରେ । ହେଲେ ଏବେ ରାତିରେ ତାପମାତ୍ରା କମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/temp.jpg)