୯ବର୍ଷ ଭିତରେ ପାଣିରେ ବୁଡିଯିବ ଏହି ୯ଟି ସହର ! ତାଲିକାରେ କୋଲକତା ସହର 

166

କନକ ବ୍ୟୁରୋ : ଆସନ୍ତା ୯ବର୍ଷ ମଧ୍ୟରେ ବିଶ୍ୱର ନକ୍ସାରୁ ଗାୟବ୍ ହୋଇଯିବ ୯ଟି ସହର । ଚିନ୍ତାଜନକ ବିଷୟ ହେଉଛି ଏହି ୯ଗୋଟି ସହର ମଧ୍ୟରେ କୋଲକତା ସହର ସାମିଲ ରହିଛି । ଦିନକୁ ଦିନ ଗ୍ଲୋବାଲ ୱାର୍ଣ୍ଣିଂରେ ପରିବର୍ତ୍ତନ ହେବାରେ ଲାଗିଛି । ଯେଉଁଥି ପାଇଁ ସମୁଦ୍ରର ଜଳସ୍ଥର ଉପରକୁ ବଢୁଛି ।

କ୍ଲାଇମେଣ୍ଟ ସେଣ୍ଟ୍ରାଲ ନାମକ ଏକ ପ୍ରୋଜେକ୍ଟ ଏକ ରିପୋର୍ଟ ପ୍ରକାଶ କରି କହିଛି, ଗ୍ଲୋବାଲ ୱାର୍ଣ୍ଣିଂରେ ହେଉଥିବା ପରିବର୍ତ୍ତନ ପାଇଁ ଆଗକୁ ଏକ ବଡ ବିପଦ ଆସୁଛି । ସମୁଦ୍ରର ଜଳସ୍ଥର ବଢୁଛି… ତେଣୁ ଆଗକୁ ୯ବର୍ଷ ଭିତରେ ୯ଟି ସହର ପାଣିରେ ସମ୍ପୁର୍ଣ୍ଣ ବୁଡିଯିବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସହର ଆଡକୁ ଏହି ବିପଦ ମାଡିଆସୁଛି ।

ଏମଷ୍ଟ୍ରରଡାମ୍, ଦ ନେଦରଲ୍ୟାଣ୍ଡ

ନେଦରଲ୍ୟାଣ୍ଡର ରାଜଧାନୀ ଏମଷ୍ଟ୍ରରଡାମ୍, ରାଟରଡମ୍ ଏବଂ ହାଁଗ ଭଳି ସହର ଗୁଡିକ କମ୍ ଉଚ୍ଚତାରେ ରହିଛି । ସବୁଦ୍ରର ଜଳସ୍ଥର ଯେଉଁଭଳି ଭାବରେ ବଢିଚାଲିଛି, ତାକୁ ନେଇ ଅନୁମାନ କରାଯାଉଛିକି, ଆଉ କେଇଟା ବର୍ଷ ପରେ ଏହି ସୁନ୍ଦର ସହର ଗୁଡିକ ପାଣିରେ ଲୀନ ହୋଇଯିବ । କୌଣସି ଡ୍ୟାମ୍, ବ୍ୟାରିୟର, ଫ୍ଲଡ୍-ଗେଟ୍ ଏହାକୁ ଅଟକାଇପାରିବନି ।

ଇରାକର ବସରା ସହର :

ଇରାକର ମୁଖ୍ୟ ବନ୍ଦର ବସରା ସହରରେ ଅବସ୍ଥିତ । ଏହି ସହରଟି ଅଲ-ଅରବ ନାମକ ଏକ ବଡ ନଦୀ କୂଳରେ ରହିଛି । ଏହି ସହରଟି ଅନେକ କେନାଲ ଏବଂ ବ୍ୟାକ୍ ୱାଟର ଚ୍ୟାନେଲ ସହ ସଂଯୁକ୍ତ ରହିଛି ।  ଯେଉଁଥିପାଇଁ ସହରର ଅଧିକାଂଶ ଅଞ୍ଚଳ ଦଲଦଲ ଘେରରେ ରହିଛି । ଯଦି ସମୁଦ୍ରର ଜଳସ୍ଥର ବଢେ ତାହେଲେ ଏହି ସହର ନକ୍ସାରୁ ଲିଭିଯିବା ଅନେକ ଆଶଂକା ରହିଛି । ସେହିଭଳି ଆମେରିକାର ନ୍ୟୁ ଓରଲିଂସ, ଇଟାଲୀର ଭେନିସ୍, ଭିଏତନାମାର ହୋ ଚୀ ମିନ୍ହ ସିଟି, ଥାଇଲ୍ୟାଣ୍ଡର ବ୍ୟାଙ୍ଗ-କକ୍, ଗୁଏନାର ଜର୍ଜଟାଉନ୍, ଆମେରିକାର ସବାନା ଭଳି ସହର ଆସନ୍ତା ୯ବର୍ଷ ମଧ୍ୟରେ ବିଶ୍ୱ ନକ୍ସାରୁ ଲିଭିଯିବ । ଅହା ସହିତ ଭାରତର ଏକ ପ୍ରମୁଖ ସହର ରହିଛି, ଯାହା ଉପରେ ମଧ୍ୟ ଏହି ବିପଦ ରହିଛି ।

କୋଲକତା :

ପଶ୍ଚମବଙ୍ଗର ରାଜଧାନୀ କୋଲକତା ଏବଂ ତା’ ଆଖପାଖର ଜମୀ ସବୁଠୁ ଅଧିକ ଉର୍ବର ବୋଲି ପୂର୍ବପୁରୁଷରୁ କ୍ଷାତି ରହିଛି । କିନ୍ତୁ ଯଦି କ୍ଲାଇମେଟ୍ ସେଣ୍ଟ୍ରାଲର ରିପୋର୍ଟ ଉପରେ ନଜର ପକାଇବା ତେବେ ଏହି ସହର ବି ସମୁଦ୍ର ପାଣିରେ ବୁଡିଯିବା ବହୁତ ସମ୍ଭାବନା ରହିଛି । ବର୍ଷା ଦିନରେ ଏଠାରେ ଅଧିକାଂଶ ଅଞ୍ଚଳ ବନ୍ୟା ଘେରକୁ ଚାଲିଆସିଥାଏ । ଯଦି ଆଗକୁ ସମୁଦ୍ରର ଜଳସ୍ଥର ଏହିଭଳି ମାତ୍ରାରେ ବଢିଚାଲେ ତେବେ ଆଗକୁ କୋଲକତା ବୋଲି ଗୋଟିଏ ସହର ଥିଲା ତାହା କେବଳ ଇତିହାସ ପୃଷ୍ଠାରେ ଦେଖିବାକୁ ମିଳିବ

ସବୁଠୁ ବଡ ଚିନ୍ତା ଜନକ ବିସୟ ହେଉଛି, କେବଳ ଏହି ୯ଟି ସହର ନୁହେଁ । ୨୦୫୦ ଏବଂ ୨୧୦୦ ବେଳକୁ ବିଶ୍ୱ ଅନେକ ସହର ସମୁଦ୍ର ପାଣିରେ ବୁଡିଯିବ ବୋଲି ଆକଳନ କରାଯାଇଛି