ସାନଭାଇ ଲକ୍ଷଣ ସାହାଯ୍ୟରେ ଦୁର୍ନୀତି କରୁଥିଲେ ବଡଭାଇ ରାମଚନ୍ଦ୍ର । ଭିଜିଲାନ୍ସ ରାଡାରରେ ନିମାପଡାର ତହସିଲଦାର ୪୨୦ ।

172

କନକ ବ୍ୟୁରୋ : ତହସିଲଦାରଙ୍କ ନାମ ରାମଚନ୍ଦ୍ର ଏବଂ ସାନଭାଇଙ୍କ ନାମ ଲକ୍ଷ୍ମଣ । କିନ୍ତୁ ଦୁର୍ନୀତିରେ ଏମାନେ ସମସ୍ତଙ୍କଠୁ ଆଗରେ । ସାନ ଭାଇ ଲକ୍ଷ୍ମଣଙ୍କ ସହ ମିଶି ଦୁର୍ନୀତି କରୁଥିଲେ ତହସିଲଦାର ରାମଚନ୍ଦ୍ର ଜେନା । ଭିଜିଲାନ୍ସ ରେଡ୍ ପରେ ଏବେ ଏହି ତଥ୍ୟ ସବୁ ପଦାକୁ ଆସିଛି । ଖାଲି ଏତିକି ନୁହେଁ ତହସିଲଦାରଙ୍କର ୫ଟି ପାନ କାର୍ଡ ସାମ୍ନାକୁ ଆସିଛି । ଏହି ୫ଟି ପାନକାର୍ଡରେ ରହିଛି ଭିନ୍ନ ଭିନ୍ନ ତଥ୍ୟ । କେଉଁଠି ବାପା ନାଁ ଅଲଗା ତ ଆଉ କେଉଁଠି ଜନ୍ମ ତାରିଖ ।

ନିମାପଡା ତହସିଲଦାର ରାମଚନ୍ଦ୍ର ଜେନା । ଆପଣ ଏହି ବାବୁଙ୍କ ଦୁର୍ନୀତି କରିବାର ତରିକାକୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଠକିବା ପାଇଁ ନିଜର ଏକାଧିକ ବାପା ଥିବା ଦର୍ଶାଇଥିଲେ ଏହି ଅଧିକାରୀ, ଯାହାର ପୁରା ତଥ୍ୟ ଭିଜିଲାନ୍ସ ରେଡ୍ ବେଳେ ଜଣାପଡିଥିଲା ।

ରାମଚନ୍ଦ୍ର ଜେନାଙ୍କ ନାମରେ ଥିବା ଏହି ୫ଟି ପାନକାର୍ଡରେ ରହିଛି ଭିନ୍ନ ଭିନ୍ନ ତଥ୍ୟ । କେଉଁଠି ବାପା ନାଁ ଅଲଗା ତ ଆଉ କେଉଁଠି ଜନ୍ମ ତାରିଖ । ଲାଗୁଛି ଏକାଧିକ ପାନକାର୍ଡ ଜରିଆରେ ଭିନ୍ନ ଭିନ୍ନ ଆକାଉଣ୍ଟ ଖୋଲି ଟଙ୍କା ଜମା ରଖିବାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ ବାବୁ ଜଣଙ୍କ । ଫଳରେ ନାଁ ଆୟକର ବିଭାଗର ଡର ଥିବ ନା ଆୟକର ଦାଖଲ କରିବାର ଚିନ୍ତା ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ରଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ ବେଳେ ତାଙ୍କ ଅଫିସରୁ ମିଳିଥିଲା ୪ ଲକ୍ଷ ୬୫ ହଜାର ଟଙ୍କା । ଯାହାର ହିସାବ ଦେଇପାରିନଥିଲେ ଏହି ସରକାରୀ ବାବୁ । ଭିଜିଲାନ୍ସ ରେଡ୍ ବେଳେ ନିମାପଡାରେ ଥିବା ତାଙ୍କ ଘରୁ ମଧ୍ୟ ୫୦ ହଜାର ଟଙ୍କା ଜବତ ହୋଇଛି । ଏହା ସହିତ କଟକ ସିଡିଏରେ ଥିବା ତାଙ୍କ ଘର ଓ କେନ୍ଦ୍ରାପଡା ଗରଦପୁର ସ୍ଥିତ ପୈତୃକ ବାସଭବନ ଉପରେ ମଧ୍ୟ ଚଢାଉ କରାଯାଇଛି ।

ଜମି ପଟ୍ଟା ଦେବାରେ ଓ ଜମି କିସମ ପରିବର୍ତନ କରିବା ବେଳେ ଅସତ୍ ଉପାୟ ଅବଲମ୍ବନ କରିବା ନେଇ ଏହି ଧୂର୍ତ ବାବୁଙ୍କ ନାମରେ ପୂର୍ବରୁ ମଧ୍ୟ ଦୁଇଟି ମାମଲା ରହିଛି । ଯେଉଁଥିରେ ଗୋଟିଏ ମାମଲାରେ ଚାର୍ଜସିଟ୍ ମଧ୍ୟ କରାଯାଇସାରିଛି । ଦୁଇ ଦୁଇ ଥର ଧରାପଡିବା ପରେ ମଧ୍ୟ ଦୁର୍ନିତୀକୁ ଛାଡି ପାରୁନାହାନ୍ତି ଏହି ଲାଂଚୁଆ ଅଫିସର । ତେଣୁ ଏବେ ତାଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାକୁ ପ୍ରମାଣ ଯୋଗାଡ କରୁଛି ଭିଜିଲାନ୍ସ ।