ରାମ-ଲକ୍ଷ୍ମଣ ଗିରଫ ।  ଦୁର୍ନୀତି ଟଙ୍କା କମାଉଥିଲେ ବଡଭାଇ ରାମ, ବ୍ୟାଙ୍କରେ ଜମା କରୁଥିଲେ ସାନ ଭାଇ ଲକ୍ଷ୍ମଣ । 

250

କନକ ବ୍ୟୁରୋ : ତହସିଲଦାରଙ୍କ ନାମ ରାମଚନ୍ଦ୍ର ଏବଂ ସାନଭାଇଙ୍କ ନାମ ଲକ୍ଷ୍ମଣ । କିନ୍ତୁ ଦୁର୍ନୀତିରେ ଏମାନେ ସମସ୍ତଙ୍କଠୁ ଆଗରେ । ସାନ ଭାଇ ଲକ୍ଷ୍ମଣଙ୍କ ସହ ମିଶି ଦୁର୍ନୀତି କରୁଥିଲେ ତହସିଲଦାର ରାମଚନ୍ଦ୍ର ଜେନା । ସାନଭାଇ ମାଧ୍ୟମରେ ଟଙ୍କା କାରବାର କରୁଥିଲେ ରାମ । ସାନ ଭାଇ ଲକ୍ଷ୍ମଣ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଜେରା ବେଳେ ଟଙ୍କା କାରବାର କଥା ମାନିଥିଲା ଲକ୍ଷ୍ମଣ । ମୋଟ ୧୦ ଲକ୍ଷ ଟଙ୍କା ଆଇସିଅ।।ଇ ବ୍ୟାଙ୍କରେ ଜମା କରିଥିବା ମାନିଛି ଲକ୍ଷ୍ମଣ । ଆଉ ଲକ୍ଷ୍ମଣଙ୍କ ନାଁରେ ଥିବା ପାସବୁକକୁ ସିଜ୍ କଲା ଭିଜିଲାନ୍ସ । କାଲି ଭାଇଠୁ ଫୋନ୍ ପାଇ ୪.୫ ଲକ୍ଷ ଆଣିବାକୁ ପହଞ୍ଚିଥିଲା ଲକ୍ଷ୍ମଣ । ଭିଜିଲାନସ ରେଡ ପରେ ଏବେ ଏହି ତଥ୍ୟ ସବୁ ପଦାକୁ ଆସିଛି । ଖାଲି ଏତିକି ନୁହେଁ ତହସିଲଦାରଙ୍କର ୫ଟି ପ୍ୟାନ କାର୍ଡ ସାମ୍ନାକୁ ଆସିଛି । ଏହି ପାଞ୍ଚଟି ପ୍ୟାନ କାର୍ଡରେ ରହିଛି ଭିନ୍ନ ଭିନ୍ନ ତଥ୍ୟ । କେଉଁଠି ବାପା ନାଁ ଅଲଗା ତ ଆଉ କେଉଁଠି ଜନ୍ମ ତାରିଖ ।

ନିମାପଡା ତହସିଲଦାର ରାମଚନ୍ଦ୍ର ଜେନା । ଆପଣ ବାବୁଙ୍କ ଦୁର୍ନୀତି କରିବାର ତରିକାକୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଠକିବା ପାଇଁ ନିଜର ଏକାଧିକ ବାପା ଥିବା ଦର୍ଶାଇଥିଲେ ଏହି ଅଧିକାରୀ, ଯାହାର ପୁରା ତଥ୍ୟ ଭିଜିଲାନସ ରେଡ ପରେ ଜଣାପଡିଥିଲା । ଭଳିକି ଭଳି ପ୍ୟାନ କାର୍ଡ । କିନ୍ତୁ ସବୁଥିରେ ଗୋଟିଏ ନାଁ ।  ରାମଚନ୍ଦ୍ର ଜେନାଙ୍କ ନାମରେ ଥିବା ଏହି ପାଂଚଟି ପ୍ୟାନ କାର୍ଡରେ ରହିଛି ଭିନ୍ନ ଭିନ୍ନ ତଥ୍ୟ । କେଉଁଠି ବାପା ନାଁ ଅଲଗା ତ ଆଉ କେଉଁଠି ଜନ୍ମ ତାରିଖ । ଲାଗୁଛି ଏକାଧିକ ପ୍ୟାନକାର୍ଡ ଜରିଆରେ ଭିନ୍ନ ଭିନ୍ନ ଆକାଉଂଟ ଖୋଲି ଟଙ୍କା ଜମା ରଖିବାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ ବାବୁ ଜଣଙ୍କ । ଫଳରେ ନାଁ ଆୟକର ବିଭାଗର ଡର ଥିବ ନା ଆୟକର ଦାଖଲ କରିବାର ଚିନ୍ତା ।  ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରାମଚନ୍ଦ୍ରଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ ବେଳେ ତାଙ୍କ ଅଫିସରୁ ମିଳିଥିଲା ୪ ଲକ୍ଷ ୬୫ ହଜାର ଟଙ୍କା । ଯାହାର ହିସାବ ଦେଇପାରିନଥିଳେ ଏହି ସରକାରୀ ବାବୁ ।

ଭିଜିଲାନଓ ରେଡ୍ ବେଳେ ନିମାପଡାରେ ଥିବା ତାଙ୍କ ଘରୁ ମଧ୍ୟ ୫୦ ହଜାର ଟଙ୍କା ଜବତ ହୋଇଛି । ଏହା ସହିତ କଟକ ସିଡିଏରେ ଥିବା ତାଙ୍କ ଘର ଓ କେନ୍ଦ୍ର୍ରାପଡା ଗରଦପୁର ସ୍ଥିତ ପୈତୃକ ବାସଭବନ ଉପରେ ମଧ୍ୟ ଚଢାଉ କରାଯାଇଛି । ଜମି ପଟ୍ଟା ଦେବାରେ ଓ ଜମି କିସମ ପରିବର୍ତନ କରିବା ବେଳେ ଅସତ୍ ଉପାୟ ଅବଳମ୍ବନ କରିବା ନେଇ ଏହି ଧୂର୍ତ ବାବୁଙ୍କ ନାମରେ ପୂର୍ବରୁ ମଧ୍ୟ ଦୁଇଟି ମାମଲା ରହିଛି । ଯେଉଁଥିରେ ଗୋଟିଏ ମାମଲାରେ ଚାର୍ଜସିଟ ମଧ୍ୟ କରାଯାଇସାରିଛି । ଦୁଇ ଦୁଇ ଥର ଧରାପଡିବା ପରେ ମଧ୍ୟ ଦୁର୍ନିତିକୁ ଛାଡି ପାରୁନାହାନ୍ତି ଏହି ଲାଂଚୁଆ ଅଫିସର । ତେଣୁ ଏବେ ତାଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାକୁ ପ୍ରମାଣ ଯୋଗାଡ କରୁଛି ଭିଜିଲାନ୍ସ ।