ଗାଁ ଦାଣ୍ଡରେ ବୁଲିଲା ବାଡି ଓ ଲୁହା ରଡ୍ । ମହିଳାଙ୍କ ଆତଙ୍କରେ ଭୟଭୀତ ହୋଇ ରହିଲେ ପରିବାର

326

କନକ ବ୍ୟୁରୋ : ଗାଁ ଦାଣ୍ଡରେ ବୁଲିଲା ବାଡି ଓ ଲୁହାରଡ । ମହିଳାଙ୍କ ଗୁଣ୍ଡାରାଜରେ ଭୟଭୀତ ହୋଇ ରହିଲେ ପରିବାର ଲୋକେ । ନିମାପଡା ହରିପୁର ବ୍ରାହ୍ମଣ ସାହିରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ପିଲ୍ମ ଷ୍ଟାଇଲରେ ଗାଁ ଦଣ୍ଡାରେ ଲୁହାରଡ ଧରି ଆଖି ସାମ୍ନାରେ ଭାଙ୍ଗିଲେ ୨ଟି ଗାଡି ଓ ଅନ୍ୟାନ୍ୟ ଜିନିଷ । ଘର ଉପରକୁ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଗାଁ ଦାଣ୍ଡର ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ବି ଭାଇରାଲ ହେବାରେ ଲାଗିିଛି । ଜମିଜମା ବିବାଦକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଛି । ଉଭୟ ପକ୍ଷରୁ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି ।