କନକ ବ୍ୟୁରୋ: ଚର୍ଚ୍ଚାରେ ଓଡ଼ିଶାର ‘ନିମନ୍ତ୍ରଣ’ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ନୂଆ ରେସ୍ତୋରାଁ ‘ନିମନ୍ତ୍ରଣ’କୁ ନେଇ ନୂଆ ନୂଆ ମତ ଦେଉଛନ୍ତି ସୋସିଆଲ ମିଡ଼ିଆ ୟୁଜର୍ସ । ଖାଣ୍ଟି ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ସହ ଲୋକମାନଙ୍କ ପାଖରେ ସୁବିଧାରେ ଏହାକୁ ଉପଲବ୍ଧ କରାଇବାକୁ ଆରମ୍ଭ ହୋଇଥିଲା ଏହି ‘ନିମନ୍ତ୍ରଣ’ । ହେଲେ ଏହାକୁ ନେଇ ଏବେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ଲୋକେ, କାହାକୁ ‘ନିମନ୍ତ୍ରଣ’ ବାସୁଛି ତ ଆଉ କାହାକୁ ଗନ୍ଧାଉଛି... ତେବେ ଆସନ୍ତୁ ଏମିତି କିଛି ସୋସିଆଲ ମିଡ଼ିଆର ଟ୍ୱିଟ୍ସ ଗୁଡ଼ିକ ପଢ଼ିବା...
‘ନିମନ୍ତ୍ରଣ’ କାହା ମନକୁ ପାଇଲା କାହାର ନୁହେଁ...
୧. ଭୁବନେଶ୍ୱରରେ ନୂଆ କରି ଖୋଲିଥିବା ଓଟିଡିସିର ନିମନ୍ତ୍ରଣକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି କି, ନିମନ୍ତ୍ରଣରୁ ଆମନ୍ତ୍ରଣ ତ ମିଳିଲାନି, ବାଧ୍ୟ ହୋଇ ରୋଷେଇ ଘରେ ପଶିଲି ଆଉ କ୍ୟାପ୍ସିକମ୍ ଲଙ୍କା ପକୋଡ଼ା ଖାଇଲି ।
ନିମନ୍ତ୍ରଣ ରୁ ଆମନ୍ତ୍ରଣ ତ ମିଳିଲାନି, ବାଧ୍ୟ ହେଇ ରୋଷେଇ ଘରେ ପଶିଲି।
ଲଙ୍କା ପକୋଡା !!! pic.twitter.com/4K2ijtNCuk— Dr. RR Sahoo; DrEats🇮🇳 (@srrashmi1) September 4, 2021
୨. ଠିକ୍ ସେହିଭଳି ‘ନିମନ୍ତ୍ରଣ’ ରେସ୍ତୋରାଁ ଭିତରର ଏକ ଭାଇରାଲ ଭିଡ଼ିଓକୁ ନେଇ ବିଜେପି ନେତ୍ରୀ ପିଙ୍କି ପ୍ରଧାନ ରି-ଟ୍ୱିଟ୍ କରି କହିଛନ୍ତି କି, ହେ ପ୍ରଭୁ, ଏ ତ ନିୟନ୍ତ୍ରଣ ବିହୀନ ‘ନିମନ୍ତ୍ରଣ’ ।
ହେ ପ୍ରଭୁ !
ଏ ତ ନିୟନ୍ତ୍ରଣ ବିହୀନ "ନିମନ୍ତ୍ରଣ" .. 🙄@kanak_news @MousumiMohanty2 https://t.co/ySLv1iDi1H— Pinky Pradhan (@pinkyp_actor) September 5, 2021
୩. ଆଉ ଜଣେ ୟୁଜର୍ସ ଲୋକନାଥ ପଲାଉରୀ ଏକ କବିତା ଜରିଆରେ ନିମନ୍ତ୍ରଣକୁ ନୂଆ ଅନ୍ଦାଜରେ ବର୍ଣ୍ଣନା କରିଛନ୍ତି ।
୪. ସେହିଭଳି ‘ଓଡ଼ିଆଙ୍କ ଖଟି’ ଟ୍ୱିଟରରେ ନିମନ୍ତ୍ରଣ ବନାମ ଆହାର କେନ୍ଦ୍ରର ତୁଳନା କରି ଏକ ଭିନ୍ନ ତରିକାରେ ଟ୍ରୋଲ କରିଛନ୍ତି ୟୁଜର୍ସ ।
"ନିମନ୍ତ୍ରଣ" 🔄 "ଆହାର କେନ୍ଦ୍ର"
(ଦରମା ମିଳିଲା ଦିନ) 🔄 (ମାସ ଶେଷ)#ଜୀବନ #ଓଡ଼ିଆ https://t.co/xnctZEFTzB pic.twitter.com/quh8s93q4u
— ଓଡ଼ିଆଙ୍କ ଖଟି (@odiakhati) September 4, 2021
୫. ଅନ୍ୟଜଣେ ୟୁଜର୍ସ ମୟୁରେଶ ଦାଶଙ୍କୁ ‘ନିମନ୍ତ୍ରଣ’ ପସନ୍ଦ ଆସିଛି । ସେ ଲେଖିଛନ୍ତି ଓଡ଼ିଆ ଖାଦ୍ୟର ନୂଆ ଠିକଣା ‘ନିମନ୍ତ୍ରଣ’ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ରାଜ୍ୟ ସରକାରଙ୍କ ଏହି ପ୍ରୟାସ ସଫଳ ହେବ ।
ତେବେ ଅନେକ ଲୋକ ଅନେକ ମତ ଦେଉଛନ୍ତି । କାହାକୁ ‘ନିମନ୍ତ୍ରଣ’ର ଖାଦ୍ୟ ପରଷିବାର ପ୍ରଣାଳୀ, ସାଜସଜ୍ଜା ଦେଖି ପସନ୍ଦ ଆସୁଛି ତ ଆଉ କେଉଁଠି, ଖାଣ୍ଟି ଓଡ଼ିଆ ଖାଦ୍ୟର ଦରଦାମ୍ ତାଲିକା ଦେଖି କେବଳ ଧନୀ ଲୋକଙ୍କ ପାଇଁ ବୋଲି କୁହାଯାଉଛି । ଏପରିକି ବଡ଼ ବଡ଼ିଆଙ୍କ ପାଇଁ ନିମନ୍ତ୍ରଣ’ ଆଉ ଗରିବଙ୍କ ପାଇଁ ‘ଆହାର’ ମଧ୍ୟବିତ୍ତଙ୍କ ପାଇଁ କ’ଣ ବୋଲି ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ ।
ଏସବୁ ଭିତରେ ଖାଣ୍ଟି ଓଡ଼ିଆ ପାରମ୍ପରିକ ଖାଦ୍ୟର ଭଣ୍ଡାର ବୋଲାଉଥିବା ନିମନ୍ତ୍ରଣ ପ୍ରକୃତରେ ଆଗାମୀ ଦିନରେ ଲୋକଙ୍କୁ ଆମନ୍ତ୍ରିତ କରିବ ନା ‘ନିମନ୍ତ୍ରଣ’ ଲୋକଙ୍କ ପାଖରେ ପହଞ୍ଚିବନି ତାହା ଏବେଠୁ ସୋସିଆଲ ମିଡ଼ିଆରେ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି ।