ଆରମ୍ଭ ହେଲା ‘ନିମନ୍ତ୍ରଣ’, ସମସ୍ତେ ଖାଇବେ ଓଡ଼ିଆ ବ୍ୟଞ୍ଜନ ।

308

କନକ ବ୍ୟୁରୋ : ଓଟିଡିସି ପକ୍ଷରୁ ସହିଦ ନଗରରେ ଶୁଭାରମ୍ଭ ହେଲା ଓଡ଼ିଆ ରେଷ୍ଟୁରାଣ୍ଟ ନିମନ୍ତ୍ରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିମନ୍ତ୍ରଣ ରେଷ୍ଟୁରାଣ୍ଟକୁ ଶୁଭାରମ୍ଭ କରିଛନ୍ତି ।  ଓଡ଼ିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଟିଡିସି ପକ୍ଷରୁ ‘ନିମନ୍ତ୍ରଣ-ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ’ ଆରମ୍ଭ ହୋଇଛି।

ପ୍ରଥମ କରି ଭୁବନେଶ୍ୱରରେ ଖୋଲିଥିବା ବେଳେ ଆଗକୁ ପୁରୀ ଓ ସମ୍ବଲପୁରରେ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସ୍ଵତନ୍ତ୍ର ଭାବେ ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ଘରୋଇ ଖାଦ୍ୟ ମିଳିବ ବୋଲି କହିଛନ୍ତି ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ।  ୧୨୫ କେଜି ଓଡିଶା ମାନଚିତ୍ର ପ୍ରତିକୃତିର ସବୁ ଜିଲ୍ଲାର ସ୍ୱତନ୍ତ୍ର ଖାଦ୍ୟକୁ ନେଇ ପୋଡ଼ ପିଠା ନିର୍ମିତ ସ୍ୱତନ୍ତ୍ର କେକ କାଟି ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।