କନକ ବ୍ୟୁରୋ: ନୀଳଗିରିରେ ଅଭାବନୀୟ ଘଟଣା ଘଟିଛି । ସବୁ ସୀମା ଟପିଯାଇଛି ନୀଳଗିରି ପୋଲିସ । କନକ ନ୍ୟୁଜ୍ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଆକ୍ରମଣ କରି ଗୋଡରେ ବେଡ଼ି ପକାଇ ଦେଇଛି ପୋଲିସ । ବାଲେଶ୍ୱର ହସ୍ପିଟାଲରେ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ପାଦରେ ବେଡି ପକାଇ ରଖିବା ଦୃଶ୍ୟ ପୋଲିସର ଆଇନ୍ କାନୁନ୍ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।
Advertisment
ପୋଲିସ ଜିଡିଙ୍କୁ ଏହି ଘଟଣା ନେଇ କିଛି ପ୍ରଶ୍ନ...
କାହିଁକି ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇଲା ପୋଲିସ୍?
ବେଡି ପକାଇବାକୁ ଆଇନ୍ ଅନୁମତି ଦେଉଛି କି?
ହସ୍ପିଟାଲ ବେଡରେ କେମିତି ପକାଇଲେ ବେଡି?
ବ୍ୟକ୍ତିଗତ ଆକ୍ରୋଶ ନେଇ ପୋଲିସ ଏଭଳି କରିପାରିବ କି?
ବେଡି ପକାଇ ଅତ୍ୟାଚାର କରିବାକୁ ପୋଲିସର କ୍ଷମତା ଅଛି କି?
ନା ପୋଲିସକୁ ଏଭଳି ଅମାନବୀୟ ନିର୍ଯାତନା ଦେବାକୁ ସ୍ୱତନ୍ତ୍ର ଆଇନ୍ ରହିଛି କି?
ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ଆଇନର ଉପରେ କି?
ସାମ୍ବାଦିକଙ୍କ ଉପରେ ଏମିତି ଅତ୍ୟାଚାର କରିବାକୁ ସାହସ ଦେଲା କିଏ?
ନୀଳଗିରି ଆଇଆଇସି ମାଡାମଙ୍କ ପ୍ରଶ୍ନ କରିବେ ତ ଡିଜି ସାର୍?