କନକ ବ୍ୟୁରୋ: ନୀଳଗିରିରେ ଏଥର ନୂଆ-ପୁରୁଣା ମୁହଁର ଲଢେଇ ଜୋରଦାର ହେଉଛି । ୨୦୧୪ରେ ବିଜେଡିରୁ ବିଧାୟକ ହୋଇଥିବା ସୁକାନ୍ତ ନାୟକ ଏବଂ ବିଜେପିରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଉ ତାଙ୍କୁ ସାମ୍ନା କରୁଛନ୍ତି ବିଜେଡିର ସନ୍ତୋଷ ଖଟୁଆ ଓ କଂଗ୍ରେସର ମନୋଜା ମଂଜରୀ ଦେବୀ । ଉଭୟ ଶ୍ରୀ ଖଟୁଆ ଏବଂ ଶ୍ରୀମତୀ ମନୋଜା ମଂଜରୀ ପ୍ରଥମ ଥର ପାଇଁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସରକାରୀ ଚାକିରିରୁ ଅବସର ନେତା ପରେ ଶ୍ରୀ ନାୟକ ରାଜନୀତିରେ ପାଦ ଥାପିଥିଲେ । ବିଜେଡି ଟିକେଟରୁ ଗତଥର ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ନିକଟରେ ଓ ବିଜେପିରେ ମିଶିଥିଲେ । ସେହିପରି ସନ୍ତୋଷ ଖଟୁଆ ମଧ୍ୟ ସମାନ ଲକ୍ଷରେ ଅଛନ୍ତି । ପୂର୍ବରୁ ସେ ବିଜେପିରେ ଥିଲେ । ସେ ମଧ୍ୟ ବିଜେପି, ବିଜେଡି ଭୋଟ୍ ଏକତ୍ର କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ ରଖିଛନ୍ତି । କଂଗ୍ରେସ ବି ଏହି ଦୌଡରେ ପଛରେ ପଡିନି । ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀ ଦେଇ ଭୋଟରଙ୍କ ଅଧିକ ନିକଟତର ହେବାକୁ ଅଂଟା ଭିଡିଛି ।

ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୧ ହଜାର ୦୮୧
- ମତ ଦେଇଥିଲେ – ୧ ଲକ୍ଷ ୪୦ ହଜାର ୪୫୬
- ଭୋଟଦାନ ହାର – ୭୭.୫୭%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ସୁକାନ୍ତ କୁମାର ନାୟକ ବିଜେଡି ୫୦,୫୧୪ ୩୫.୯୬% ବିଜୟୀ
ସୁଷମା ବିଶ୍ୱାଳ କଂଗ୍ରେସ ୩୬,୮୧୪ ୨୬.୨୧% ପରାସ୍ତ
କାର୍ତିକ ମହାପାତ୍ର ବିଜେପି ୩୨,୩୬୦ ୨୩.୦୪% ପରାସ୍ତ
ପ୍ରଦୀପ୍ତ ପଣ୍ଡା ସ୍ୱାଧିନ ୧୭୦୭୮ ୧୨.୧୨% ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡ଼ିର ସୁକାନ୍ତ କୁମାର ନାୟକ ନିର୍ବାଚନ ଜିତିଥିଲେ
- ୫୦ ହଜାର ୫୧୪ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ସୁଷମା ବିଶ୍ୱାଳଙ୍କୁ ପରାସ୍ତ କରିଥିଲେ
- ୧୩ ହଜାର ୭୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ସନ୍ତୋଷ ଖଟୁଆ
କଂଗ୍ରେସ: ମନୋଜାମଞ୍ଜରୀ ଦେବୀ
ବିଜେପି: ସୁକାନ୍ତ କୁମାର ନାୟକ

୨୦୧୯--ବିଜେଡି: ସନ୍ତୋଷ ଖଟୁଆ

- ବିଜେପିରୁ ବିଜେଡିରେ ସାମିଲ( ଟିକେଟ୍ ଘୋଷଣା ପୂର୍ବରୁ)
- ସନ୍ତୋଷ ସେନା ସଂଗଠନ କରି ଲୋକପ୍ରିୟ
- ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ( ବିଜେପି )
- ଦୃଢ ସଂଗଠକ

୨୦୧୯-- କଂଗ୍ରେସ: ମନୋଜାମଞ୍ଜରୀ ଦେବୀ

- ନୀଳଗିରି ମହାରାଣୀ
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ୩ଥରର ବିଧାୟକ ରାଜେନ୍ଦ୍ର ନାରାୟଣ ହରିଚନ୍ଦନ ମର୍ଦ୍ଦରାଜଙ୍କ ବୋହୁ

୨୦୧୯--ବିଜେପି: ସୁକାନ୍ତ କୁମାର ନାୟକ

- ୨୦୧୪ରେ ବିଧାୟକ ( ବିଜେଡି ପ୍ରାର୍ଥୀ )
- ୨୦୧୯ରେ ବିଜେପିରେ ସାମିଲ
- ଦ୍ୱିତୀୟଥର ପାଇଁ ନିର୍ବାଚନ ଲଢୁଛନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

- ନୀଳଗିରି, ଔପଦା ଏବଂ ବାହାନଗା ବ୍ଳକର ୪ଟି ପଂଚାୟତକୁ ନେଇ ଗଠିତ
- ୧୯୫୧ରେ ନିର୍ବାଚନମଣ୍ଡଳୀ ଗଠିତ
- ବାଲେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ପ୍ରତାପ ଷଡଙ୍ଗୀ ୨ଥର ବିଧାୟକ
- ୨୦୧୪ରେ ବିଜେଡି ପ୍ରଥମଥର ଜିତିଲା
- ବାମଦଳ ନେତା ବନମାଳୀ ଦାସ ୩ଥର ବିଧାୟକ